ଅଭିଯୋଗ ଅନୁଯାୟୀ ଜଣେ ନାବାଳିକାଙ୍କ ସହ ସୁମନର ପ୍ରେମ ସମ୍ପର୍କ ରହିଥିଲା । ବିବାହ କରିବା ପାଇଁ କଲେଜ ଯାଉଥିବା ରାସ୍ତାରୁ ସଂପୃକ୍ତ ନାବାଳିକାଙ୍କୁ ସୁମନ ଅପହରଣ କରି ନେଇଥିଲା । ଏନେଇ ନାବାଳିକାର ବାପା କୁଣ୍ଢେଇଗୋଳା ଥାନାରେ ଗତ ୯ ତାରିଖରେ ଅଭିଯୋଗ କରିଥିଲେ । ପୋଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ଗତକାଲି ସୁମନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।
ମାତ୍ର ଜାମିନ ନାମାଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଥିଲା । ସୁମନଙ୍କୁ ପୋଲିସ ଦେବଗଡ ଜେଲ୍ ନେଉଥିବା ବେଳେ ଜେଲ୍ ସମ୍ମୁଖରେ ପୋଲିସକୁ ଧକ୍କା ଦେଇ ଫେରାର ହୋଇଯାଇଥିଲା । ସୁମନ ଫେରାର ହୋଇ ଯାଇଥିବା ଘଟଣାକୁ ନେଇ ଦାୟିତ୍ୱରେ ଥିବା କନେଷ୍ଟବଲ ନରୋତ୍ତମ ପ୍ରଧାନ ଦେବଗଡ ଥାନାରେ ଅଭିଯୋଗ କରିଛନ୍ତି । ଦଫା ୩୫୩, ୩୨୩, ୨୨୪ ଆଇପିସିରେ ସୁମନଙ୍କ ବିରୁଦ୍ଧରେ ପୁଣି ଏକ ମାମଲା ରୁଜୁ କରି ପୋଲିସ ତାଙ୍କୁ ଖୋଜାଖୋଜି କରୁଥିବା ଜଣାପଡିଛି ।
ଆହୁରି ପଢନ୍ତୁ ଓଡିଶା ଖବର...