ଅଭିଯୁକ୍ତ ଜଣକ ହେଲେ ଜିତେନ୍ଦ୍ର ଜେନା (25) । ତାଙ୍କ ଘର ଧୁଷୁରୀ ଥାନା ଅଧିନସ୍ଥ ସାଠି ବାଙ୍କୁଡା ଗ୍ରାମରେ । ଜିତେନ୍ଦ୍ର ସାବରଙ୍ଗ ଥାନାରେ ରୁଜୁ ହୋଇଥିବା ଏକ ଅପହରଣ ମାମଲା (ନଂ 126/23) ର ଅଭିଯୁକ୍ତ ହୋଇଥିଲା । କିଛିଦିନ ହେବ ପୁଲିସ ତାକୁ ଖୋଜୁଥିଲା । ସୋମବାର ଧୂଷୁରୀ ପୋଲିସ ସହାୟତାରେ ସାଠିବାଙ୍କୁଡାରୁ ଜିତେନ୍ଦ୍ରଙ୍କୁ ଗିରଫ କରିଥିଲା ସାବରଙ୍ଗ ପୁଲିସ । ତାଙ୍କୁ କୋର୍ଟ ଚାଲାଣ କରାଯାଉଥିଲା । କିନ୍ତୁ କୋର୍ଟ ଚାଲାଣ ପୂର୍ବରୁ ଜିତେନ୍ଦ୍ରଙ୍କୁ ଡାକ୍ତରୀ ପରୀକ୍ଷା ଲାଗି ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା ।
ସେହିଠାରେ ଜିତେନ୍ଦ୍ର କୌଣସି ମତେ ପୁଲିସକୁ ଚକମା ଦେଖାଇ ଖସିଯାଇଛି । ଦୁଇ ଦିନ ହେଲା ପୁଲିସ ଜିତେନ୍ଦ୍ରକୁ ଖୋଜୁଛି । ଏ ନେଇ ଟାଉନ ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି । ହେଲେ ଜିତେନ୍ଦ୍ରକୁ ଖୋଜିବା ପାଇଁ ପୋଲିସର ମୁଣ୍ଡ ବ୍ୟଥାର କାରଣ ସାଜିଛି ।
ଆହୁରି ପଢନ୍ତୁ ଓଡିଶା ଖବର...