ଅଧିକ ପଢନ୍ତୁ : ପୁଣି ବିଧାନସଭାରେ ଉଠିଲା ନବ ଦାସ ହତ୍ୟା ପ୍ରସଙ୍ଗ
ସେପଟେ ନବ ଦାସ ହତ୍ୟା ମାମଲାରେ ବିଜେଡି ବିଧାୟକ ସୁଶାନ୍ତ ସିଂକୁ ତଦନ୍ତ ପରିସର ଭୁକ୍ତ କରିବା ଦାବିରେ ରାଜଧାନୀରେ ଛାତ୍ର କଂଗ୍ରେସର ହଲ୍ଲାବୋଲ୍ । ସୁଶାନ୍ତ ସିଂଙ୍କ ସରକାରୀ ବାସଭବନ ସହ ବିଧାନସଭା ଓ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବାସ ଭବନ ଘେରାଉ କରିଥିଲେ ଛାତ୍ର କଂଗ୍ରେସ ସଦସ୍ୟ । ପୋଲିସ ସହ ହୋଇଥିଲା ଧସ୍ତାଧସ୍ତି ଠେଲାପେଲା । ସୁଶାନ୍ତ ସିଂଙ୍କ ଘରକୁ ଅଣ୍ଡା ଓ଼ ଟମାଟୋ ମାଡ଼ କରିଥିଲା ଛାତ୍ର କଂଗ୍ରେସ । ବ୍ୟାରିଗେଟ ଡେଇଁ ବିଧାନସଭାକୁ ଧସେଇ ପଶିବାକୁ ଉଦ୍ୟମ ବେଳେ ଛାତ୍ର କଂଗ୍ରେସ କର୍ମୀଙ୍କୁ ଉଠାଇନେଇଥିଲା ପୋଲିସ ।
ଏବେ ପ୍ରଶ୍ନ ଉଠୁଛି କେଉଁ ଆଧାରରେ ଗୋପାଳର ମାନସିକ ସ୍ଥିତି ଯାଞ୍ଚ ପାଇଁ ବେଙ୍ଗାଲୁର ନେବାକୁ ଚାହୁଁଥିଲା କ୍ରାଇମବ୍ରାଞ୍ଚ । ଗୋପାଳକୁ ପାଗଳ ବନାଇବା ପାଇଁ ହୋଇଛି କି ଷଡଯନ୍ତ୍ର ? କାହା ଇସାରାରେ କାମ କରୁଛି କ୍ରାଇମବ୍ରାଞ୍ଚ ? ନବ ଦାସ ହତ୍ୟା ଘଟଣାକୁ ୫୦ ଦିନ ବିତିଥିଲେବି କାହିଁକି ତଦନ୍ତ ନେଇ ମୁହଁ ଖୋଲୁନାହାନ୍ତି କ୍ରାଇମବ୍ରାଞ୍ଚ ଏଡିଜି ?