ଇଶ୍ବର ସାପକୁ ବିଷ ଏଥିପାଇଁ ଦେଇଛନ୍ତି, ସେ ଯେମିତି ଦରକାର ହେଲେ ତାହାକୁ ଉପୋଯୋଗ କରିବ। ଆମକୁ ବି ପାୱାର ଏଥିପାଇଁ ଦିଆଯାଏ ଆମେ ଯେମିତି ତାହକୁ ଉପଯୋଗ କରୁ।
ସେହିପରି ପୋଲିସକୁ ପାୱାର ଦିଆଯାଛି । ମାତ୍ର ତାଙ୍କୁ ବି କିଛି ଅର୍ଡର ଫଲୋ କରିବାକୁ ପଡେ। ସେଥିପାଇଁ ଯେଉଁ କେସରେ ପୋଲିସର ହାତ ବନ୍ଧା ହୋଇଥାଏ, ତାହାକୁ କ୍ରାଇମବ୍ରାଞ୍ଚ ହାତକୁ ଦିଆଯାଏ।
ହେଲେ କ୍ରାଇମବ୍ରାଞ୍ଚ ଏଡେ ଦୁର୍ବଳିଆ ଜାଣିବା ପରେ ଆମକୁ ବି ଲାଜ ମାଡୁଛି। ମଲା ମଲା, କି କଥା ଏଗୁଡାକ। ତମେ ପାଓ୍ବାରଫୁଲ ବୋଲି ତଦନ୍ତ ଭାର ତମକୁ ମିଳିଲା, ହେଲେ ଏବେ ତମେ କେମିତି କହୁଛି ଜେରା ପାଇଁ ବି ଅର୍ଡର ଦରକାର। ପୁଣି ବିଦ୍ୟାଭାରତୀଙ୍କୁ। ସିଏ କ’ଣ ମିନିଷ୍ଟର ?
ଛାଡନ୍ତୁ ମୂଳ ଘଟଣାକୁ ଯିବା। ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲାରୁ ଜଣାପଡୁଛି କ୍ରାଇମବ୍ରାଞ୍ଚ ଉପରୁ କାହାର ଅର୍ଡରକୁ ଅପେକ୍ଷା କରିଛି ମୃତକଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଜେରା କରିବା ଲାଗି। ଆଜି ମିଳିଥିବା ଏକ ଅଡିଓ ଟେପରେ ଖୋଦ୍ ତଦନ୍ତକାରୀ ଅଧିକାରୀ ଏ କଥା କହିଛନ୍ତି। ହେଲେ ଏ ଉପରିସ୍ଥ ବ୍ୟକ୍ତି ଜଣକ କିଏ?
ଏଥିରୁ ଜଣାପଡୁଛି କ୍ରାଇମବ୍ରାଞ୍ଚର ହାତ ବି ପୋଲିସ ପରି ବନ୍ଧା ହୋଇଛି। ଆଉ ତାକୁ ଅର୍ଡର ଦେବାକୁ ଉପରେ ଜଣେ ଅଛନ୍ତି। କ୍ରାଇମବ୍ରାଞ୍ଚ ଗୃହ ବିଭାଗ ଅଧିନରେ ଆସୁଥିବା ବେଳେ ଆଉ ୨ ଜଣ ଏହି ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରିପାରନ୍ତି। ଜଣେ କ୍ରାଇମବ୍ରାଞ୍ଚ ଡିଜି ସଞ୍ଜିବ ପଣ୍ଡା, ଆଉ ଜଣେ ଗୃହବିଭାଗ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର। ଆଉ ଡିଏଫଓଙ୍କ ଧରମ ପିତା ଖୋଦ୍ ଜଙ୍ଗଲ ମନ୍ତ୍ରୀ ବିକ୍ରମ ଆରୁଖ।
ଏବେ କୁହନ୍ତୁ ତ ଆମେ ଯଦି କ୍ରାଇମବ୍ରାଞ୍ଚକୁ ଧଣ୍ଡ ସାପ କହିଲୁ, ତାହେଲେ କ’ଣ ଭୁଲ କରିଦେଲୁ ?