ତଦନ୍ତକାରୀ ଟିମ୍ ବିଦ୍ୟାଭାରତୀ ରହୁଥିବା ହଷ୍ଟେଲ ଓ କ୍ଲାସରୁମକୁ ଯାଇ ତଦନ୍ତ କରିଛନ୍ତି । ଏହାସହ ବିଦ୍ୟାଭାରତୀ ବଲାଙ୍ଗୀରକୁ କାହା ସାଙ୍ଗରେ ଆସିଥିଲେ, କେବେ ଆସିଥିଲେ, ହଷ୍ଟେଲରେ କାହା ସହ ମିଶୁଥିଲେ ଏହି ଦିଗରେ ମଧ୍ୟ ତଦନ୍ତ କରିଛି । LITC ଉପନିର୍ଦ୍ଦେଶକ ହେମନ୍ତ କୁମାର ପ୍ରଧାନଙ୍କ ସମେତ ଅନ୍ୟ ୪କର୍ମଚାରୀଙ୍କୁ ମଧ୍ୟ ପଚରାଉଚରା କରିଛି ପୋଲିସ ।
ବ୍ୟାଚଲର ପାର୍ଟୀ ବିଷୟରେ ମଧ୍ୟ ତଥ୍ୟ ସଂଗ୍ରହ କରିଛି ପୋଲିସ । ପାର୍ଟୀ ହୋଇଥିଲା ଏବଂ ପାର୍ଟୀ ଖର୍ଚ୍ଚ ବିଦ୍ୟାଭାରତୀ ବହନ କରିଛନ୍ତି ବୋଲି ତଦନ୍ତକାରୀ ଅଫିସର କହିଛନ୍ତି । ବିଦ୍ୟାଭାରତୀ କାହା ସାଙ୍ଗରେ ଆସିଥିଲେ ତାକୁ ନେଇ
ପୋଲିସ ଓ ଉପନିର୍ଦ୍ଦେଶକଙ୍କ ମଧ୍ୟରେ ତାଳମେଳ ରହୁନାହିଁ । ବିଦ୍ୟାଭାରତୀ ଅଫିସ ଷ୍ଟାଫ ଓ ଅଫିସ ଗାଡିରେ ଆସିଥିବା ନେଇ ଉପନିର୍ଦ୍ଦେଶକଙ୍କୁ କହିଥିଲେ । କିନ୍ତୁ ପୋଲିସ ସୌମ୍ୟରଞ୍ଜନ ସହ ଆସିଥିଲେ ବୋଲି କହିଛନ୍ତ ତଦନ୍ତକାରୀ ଅଫିସର । କିଏ ସତ କହୁଛି ଉପନିର୍ଦ୍ଦେଶକ ନା ତଦନ୍ତକାରୀ ଅଫିସର। ତାକୁ ନେଇ ଉଠିଛି ପ୍ରଶ୍ନ ।