ସାମନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଚିଠି । ଯାହା ଘଟଣାକୁ ନୂଆ ମୋଡ ଦେବା ସହ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଚିଠି ସଂଖ୍ୟା ଯେତେ ବଢୁଛି ସସପେନ୍ସ ମଧ୍ୟ ସେତେ ବଢି ବି ଚାଲିଛି । କାହା ଉଦ୍ଦେଶ୍ୟରେ ଚିଠି ଲେଖା ଯାଉଛି ସେନେଇ ସଷ୍ଟ ଜଣାପଡୁନି ।
ଏହାରି ଭିତରେ ପୁଣି ସାମନାକୁ ଆସିଛି ବିଦ୍ୟାଭାରତୀଙ୍କ ଆଉ ଏକ ଚିଠି । ନିଜ ହୋପ୍ ଲେସ୍ ଲାଇଫ୍ ବିଷୟରେ ଚିଠିରେ ଉଲ୍ଲେଖ କରିଛନ୍ତି ବିଦ୍ୟା । ଚିଠିରେ ଲେଖିଛନ୍ତି, ଜୀବନରେ କେବେ ନା କେବେ ସୁଖ ଆସିବ । ଯେତେ ଦଣ୍ଡ ସବୁ ଲେଖିଛନ୍ତି ଭଗବାନ, ତୋତେ ହିଁ ଭୋଗିବାକୁ ପଡ଼ିବ । ସେଥିପାଇଁ କମ୍ପ୍ଲେନ କରିବା ବନ୍ଦ କରିଦେ । REACTION ଦେବା ବନ୍ଦ କରିଦେ । MY FUTURE IN DARK । ତେବେ ଏ ଚିଠି ଟି ମଧ୍ୟ କାହା ଉଦେଶ୍ୟରେ ଲେଖା ହୋଇଛି ସେନେଇ ମଧ୍ୟ ସ୍ପଷ୍ଟ ଜଣାପଡିନାହିଁ ।
ସୌମ୍ୟଙ୍କ ମୃତ୍ୟୁକୁ ଦିନ ଗଡିବା ସହ ଚିଠି ସଂଖ୍ୟା ମଧ୍ୟ ବଢି ଚାଲିଛି । ହେଲେ ରହସ୍ୟ ଖୋଲୁନି । ଓଲଟା ତଦନ୍ତ ଅଡୁଆ ସୁତାର ଖିଅ ପରି ଗୁଡେଇ ତୁଡେଇ ହେବାରେ ଲାଗିଛି । ଅନ୍ୟପଟେ ଗତକାଲି କଟକ ମର୍କତ ନଗର ଥାନାକୁ ଯାଇ ସୌମ୍ୟଙ୍କ ପୋଷ୍ଟ ମର୍ଟମ ରିପୋର୍ଟ ଆଣିଛନ୍ତି ସୌମ୍ୟଙ୍କ ବାପା ଓ ଭାଇ । 95 ପ୍ରତିଶତ ପୋଡି ହୋଇ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ପୋଷ୍ଟମୋର୍ଟମର 6 ଘଣ୍ଟା ପୂର୍ବରୁ ମୃତ୍ୟୁ ହୋଇଥିଲା ।