ସୂଚନାଯୋଗ୍ୟ, ଏହି ପ୍ରତିଷ୍ଠାନରେ ନିଶ୍ଚେତକ ସ୍ପେସାଲିଷ୍ଟ୍ ପାଠ୍ୟକ୍ରମ ଆରମ୍ଭ ପାଇଁ ମେଡିକାଲ୍ କାଉନସିଲ୍ ୨୦୨୨ ମସିହାରେ ଅନୁମତି ଦେଇଥିଲେ । ତଦନୁଯାୟୀ ପ୍ରଥମ ବ୍ୟାଚ୍ ନାମଲେଖା ସରିଛି ।
ଅଧିକ ଓଡ଼ଶା ନ୍ୟୁଜ ପଢନ୍ତୁ
ଆଚାର୍ଯ୍ୟ ହରିହର ଆଞ୍ଚଳିକ କ୍ୟାନସର କେନ୍ଦ୍ରକୁ ୨୦୨୦ ମସିହା ଫେବୃଆରୀ ମାସରେ କ୍ୟାନସର ସ୍ନାତକତ୍ତୋର ପ୍ରତିଷ୍ଠାନ ଭାବେ ଘୋଷଣା କରାଯାଇଥିଲା । ବର୍ତ୍ତମାନ ଏହି ପ୍ରତିଷ୍ଠାନରେ ସର୍ଜିକାଲ୍ ଅଙ୍କୋଲୋଜି, ସ୍ତ୍ରୀ ଓ ପ୍ରସୂତୀ ରୋଗ, ରେଡ଼ିଏସନ୍ ଅଙ୍କୋଲୋଜି ଆଦି ବିଷୟରେ ସୁପର ସ୍ପେସାଲାଇଜେସନ୍ ପାଠ୍ୟକ୍ରମ ଚାଲୁ ରହିଛି ।
ଏହା ବ୍ୟତୀତ, ଏହି ଅନୁଷ୍ଠାନରେ ମେଡ଼ିକାଲ୍ ପରୀକ୍ଷାଗାର ପ୍ରଯୁକ୍ତିବିଦ୍ୟା, ଅପରେସନ୍ ଥିଏଟର୍ ପ୍ରଯୁକ୍ତିବିଦ୍ୟା ଆଦି ପାରା-ମେଡ଼ିକାଲ୍ ଡ଼ିପ୍ଲୋମା ପାଠ୍ୟକ୍ରମ ତାଲିମ୍ ଦିଆଯାଉଛି । ଚଳିତବର୍ଷ ରେଡ଼ିଓ ଥେରାପି ପ୍ରଯୁକ୍ତିବିଦ୍ୟାରେ ଡ଼ିପ୍ଲୋମା ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ମଧ୍ୟ ଓଡିଶା ସରକାର ଅନୁମୋଦନ ଦେଇଛନ୍ତି । ମେଡ଼ିକାଲ୍ ଅଙ୍କୋଲୋଜି ଏବଂ ମୁଣ୍ଡ ଓ ବେକ ଅଙ୍କୋଲୋଜିରେ ଖୁବ୍ ଶିଘ୍ର ସୁପର ସ୍ପେସାଲିଷ୍ଟ୍ ପାଠ୍ୟକ୍ରମ ପାଇଁ ପ୍ରତିଷ୍ଠାନ ତରଫରୁ ଯୋଜନା କରାଯାଉଥିବାର ମଧ୍ୟ ସୂଚନା ମିଳିଛି ।