ଠିକ ଶେଇଭଲି ବ୍ରହ୍ମପୁର ଝିଅ ଭାରତୀ ଗୌଡ଼।ଭାରତୀ ଏବେ କେବଳ ଯେ ବ୍ରହ୍ମପୁର ନୁହେଁ ଆମ ଓଡ଼ିଶା ପାଇଁ ଗୋଟିଏ ଗର୍ଵ।ପିଲାଟି ଦିନରୁ କଳାପ୍ରତି ରୁଚି ରଖିଥିବା ଭାରତୀ ନିଜର ଚେଷ୍ଟା ଏବଂ ପରିଶ୍ରମରେ ସର୍ବ ଭାରତୀୟ ସ୍ତରରେ ପହଞ୍ଚିପାରିଛନ୍ତି।କାରଣ ନିକଟରେ ହୋଇଥିବା ଦେଶର ଏନ୍.ଆଇ.ଡି ପ୍ରବେଶିକା ପରୀକ୍ଷାରେ 7ମ ସ୍ଥାନ ଅଧିକାର କରିବା ସହ OBC ବର୍ଗରେ ପ୍ରଥମ ଏବଂ ଝିଅଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ବ୍ରହ୍ମପୁରର ଝିଅ ଭାରତୀଙ୍କ ଗୌଡ଼।ଭାରତୀ ଯୁକ୍ତ ଦୁଇ ଯାଏଁ ଭଲ ପାଠ ପଢ଼ନ୍ତି।
କିନ୍ତୁ ପିଲାଟି ଦିନରୁ ତାଙ୍କର କଳାପ୍ରତି ଦୁର୍ବଳତା ରହିଥିଲା।ତେଣୁ ଯୁକ୍ତ ଦୁଇ ପଟେ କଳାକୁ ହିଁ ଆପଣାଇଲେ।ଡିଯାଇନ,ଆନିମେସନ ର ଡିଗ୍ରୀ କରିବା ସାଙ୍ଗକୁ ଅକ୍ଲାନ୍ତ ପରିଶ୍ରମ କରି ଆଜି ଭାରତର ସର୍ବଶ୍ରେଷ୍ଠ ଅନୁଷ୍ଠାନରେ ପହଞ୍ଚି ପାରିଛନ୍ତି।ଏନ.ଆଇ.ଡି.ଅର୍ଥାତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜାଇନ୍ ପ୍ରବେଶିକା ପରୀକ୍ଷାରେ ରେଶମ ସହର ବ୍ରହ୍ମପୁରର ବିଦ୍ୟାର୍ଥୀ ଭାରତୀ ଗୌଡ କୃତିତ୍ୱ ହାସଲ କରିବା ପରେ ଏହାକୁ ନେଇ ଖୁସିର ମାହୋଲ।ଭାରତୀ ବ୍ରହ୍ମପୁର ସହରର ଏକ୍ସ ଜେନ୍ ନାମକ କଳା ମହାବିଦ୍ୟାଳୟର ଚତୁର୍ଥ ବର୍ଷର ବିଦ୍ୟାର୍ଥୀ ହୋଇଥିବା ବେଳେ ଏଭଳି ସଫଳତାକୁ ନେଇ ତାଙ୍କୁ ଶୁଭେଚ୍ଛା ଜଣାଯାଇଛି।
ଭାରତୀ କୁହନ୍ତି ଆଜିକାଲିକା ଆଧୁନିକ ଯୁଗରେ ଯେକୌଣସି ଅଫିସର ଠୁ ଆରମ୍ଭ କରି ଅନ୍ତର୍ଜାତୀୟ କମ୍ପାନୀ ଯାଏଁ ସବୁଠି ଆନିମେସନ ଏବେ ଡିଯାଇନ ଆବଶ୍ୟକ।ତେଣୁ ସେ ମଧ୍ୟ ଆଗକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚି ନାମୀଦାମୀ କମ୍ପାନୀ ରେ କାମ କରିବେ ।
ଭାରତୀଙ୍କ ଏହି ସଫଳତା ଅବସରରେ ବ୍ରହ୍ମପୁର ସହରର ଗଜପତିନଗର ଛକ ଠାରେ ରହିଥିବା ଏକ୍ସଜେନ୍ କଲେଜ୍ ଓ ଭିଜୁଆଲ୍ ଆର୍ଟ ପରିସରରେ ଭାରତୀଙ୍କୁ କରାଯାଇଛି ସମ୍ୱର୍ଦ୍ଧନା।ପିଲାଟି ଦିନରୁ ଆର୍ମି ପବ୍ଲିକ ବିଦ୍ୟାଳୟରୁ ଶିକ୍ଷା ଶେଷ କରିବା ପରେ ବ୍ରହ୍ମପୁର ସହରର ଏକ୍ସଜେନ୍ କଳା ମହାବିଦ୍ୟାଳୟରେ ବ୍ୟବହାରିକ କଳା ବିଭାଗର ଚତୁର୍ଥ ବର୍ଷରେ ଶିକ୍ଷାଲାଭ କରୁଥିଲେ । ଆଉ ଶେଷରେ ଭାରତୀଙ୍କର ଏହି ସଫଳତା କେବଳ ପରିବାର କିମ୍ୱା ମହାବିଦ୍ୟାଳୟର ଗୌରବ ନୁହେଁ ଏହା ସମଗ୍ର ଗଞ୍ଜାମ ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ବୋଲି କହିଛନ୍ତି ଶିକ୍ଷାନୁଷ୍ଠାନ କର୍ତ୍ତୁପକ୍ଷ ।
କଳା କ୍ଷେତ୍ରରେ ରହିଥିବା କ୍ୟାରିଅର କୁ ନେଇ ଆଗକୁ ବଢିବାକୁ ଲକ୍ଷ୍ୟ ରଖିଥିବା ଭାରତୀ ଙ୍କୁ ଉଚ୍ଚଶିକ୍ଷା ପାଇଁ ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନରେ ସୁଯୋଗ ମିଳିପାରିଥିବାରୁ ଏହାକୁ ନେଇ ବେଶ ଖୁସି ବ୍ୟକ୍ତ କରିଛନ୍ତି ଭାରତୀ ଏବେ ତାଙ୍କ ପରିବାର ଏବେ ଅନୁଷ୍ଠାନର ପ୍ରତ୍ୟେକଟି କର୍ମଚାରୀ।
ଅଧିକ ପଢ଼ନ୍ତୁ ଓଡିଶା ଖବର: