ବାପା-ବୋଉଙ୍କୁ ଘର ସମ୍ଭାଳିବାରେ କାନ୍ଧ ଲଗାଉଥିବା ପିଲା ଏବେ ଆଶ୍ରା ଖୋଜୁଛି। ନ୍ୟାୟ ପାଇଁ କେତେବେଳେ ଜିଲ୍ଲାପାଳ ତ କେତେବେଳେ ଏସପିଙ୍କ ଦ୍ବାରସ୍ତ ହେଉଛି।
ଦୃଶ୍ୟ କେନ୍ଦ୍ରାପଡ଼ା ଜିଲ୍ଲାର । ଆଉ ଏ ହେଉଛନ୍ତି ୨୦୧୮ ମସିହାରେ ଏସିଡ ଆକ୍ରମଣର ଶିକାର ହିମାଂସୁ ଶେଖର ବାରିକ। ପାଟଳିପଙ୍କ ଗ୍ରାମର ଯୁବ ସମାଜସେବା ହିମାଂଶୁ ତାଙ୍କ ଗାଁରେ ବେଆଇନ ଚୋରା ମଦ କରବାର କୁ ନେଇ ବିରୋଧ କରୁଥିଲେ। ଯାହାର କରୁଣ ପରିଣତି ତାଙ୍କୁ ଭୋଗିବାକୁ ପଡିଥିଲା। ମଦ ମାଫିଆମାନେ ତାଙ୍କ ଉପରକୁ ଏସିଡ ଆକ୍ରମଣ କରିଥିଲେ।
ବିଳମ୍ବିତ ରାତ୍ରିରେ ହିମାଂଶୁ ଓ ତାଙ୍କ ଘରେ ଶୋଇଥିବା ବେଳେ ଝରକା ଭିତରକୁ ଏସିଡ ମାଡ଼ କରିଥିଲେ ! ଏହି ଏସିଡ ଆକ୍ରମଣରେ ହିମାଂଶୁ ପତ୍ନୀ ମିନତୀ ପ୍ରଭା ଓ ଦୁଇ ବର୍ଷର ଝିଅ ଶାଳିନୀ ଗୁରତର ଆହତ ହୋଉଥିଲେ। ହିମାଂଶୁଙ୍କ ଦୁଇ ଆଖି ସମେତ ଶରୀରର ବିଭିନ୍ନ ସ୍ଥାନରେ ପୋଡି ଯାଇଥିଲା ।
ଘଟଣାକୁ 5ବର୍ଷ ବିତିଲାଣି। ହେଲେ ନ୍ୟାୟ ପାଇ ନାହାନ୍ତି ହିମାଂଶୁ ଓ ତାଙ୍କ ମା କୁନୀପ୍ରଭା ବାରିକ । ଏବେ ଏକା ଜିଦ୍ ନ୍ୟାୟ ନ ମିଳିଲେ ଆତ୍ମାହୁତି ଦେବେ।