ଅଧିକ ପଢନ୍ତୁ : ରାଜ୍ୟରେ ପଶ୍ଚିମା ଝଡ଼ର ତାଣ୍ଡବ: ବଜ୍ରପାତରେ୨ ମହିଳା ଗୁରୁତର, ୧୩ ଗୋରୁ ମୃତ
ରାଜ୍ୟରେ ପ୍ରକୋପ ଦେଖାଇଲା ପଶ୍ଚିମା ଝଡ଼ । ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ ସହ କୁଆପଥର ବର୍ଷା । ପ୍ରବଳ ବର୍ଷା ସାଙ୍ଗକୁ ପବନ ଓ ଘଡ଼ଘଡ଼ି ପାଇଁ ଠପ ହୋଇଯାଇଥିଲା ଜୀବନ ଯାତ୍ରା। ତେବେ ସବୁଠୁ ଅଧିକ କ୍ଷତି ଘଟାଇଛି ବଜ୍ରପାତ ଓ ପବନ ।
ଦେଖନ୍ତୁ ଭିଡିଓ :ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବ !
ରାୟଗଡ଼ା କାଶୀପୁର ବ୍ଲକରେ କଜାଙ୍କଣା ଗାଁର ୨ ମହିଳା ବଜ୍ରପାତରେ ଗୁରୁତର ହୋଇଥିବା ବେଳେ ନୀଳଗିରି ଅଯୋଧ୍ୟା ପ୍ରତାପପୁର ଗାଁରେ ୧୩ ଗୋରୁଙ୍କ ମୃତ୍ୟୁ ହୋଇଛି । ସେହିପରି ପବନ ଯୋଗୁଁ ଅନେକ ସ୍ଥାନରେ ଘର, ଇଲେକ୍ଟ୍ରି ଖୁଣ୍ଟି ଓ ଗଛ ଭାଙ୍ଗିଛି । ଟ୍ବିନ ସିଟିରେ ମଧ୍ୟ ଅନୁଭୂତ ହୋଇଛି ପଶ୍ଚିମା ଝଡ଼ର ପ୍ରଭାବ । ସଂଧ୍ୟାରେ କଟକ, ଭୁବନେଶ୍ବରରେ ପ୍ରବଳ ବର୍ଷା ହୋଇଛି । ପୁରୀରେ ମଧ୍ୟ ପ୍ରବଳ ଝଡ଼ ତୋଫାନ ଦେଖିବାକୁ ମିଳିଛି ।