କାର୍ଯ୍ୟାନୁଷ୍ଠାନ ନିଆଗଲେ ଆନ୍ଦୋଳନରୁ ହଟିବେ ବୋଲି ସେମାନେ ଚେତାବନୀ ଦେଇଥିଲେ । ଶେଷରେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବିଦ୍ୟାଳୟ ପରିଚାଳନା କମିଟି ମଧ୍ୟରେ ଆପୋଷ ଆଲୋଚନା ହୋଇ ସଂପୃକ୍ତ ୪ ମଦୁଆ ଶିକ୍ଷକଙ୍କ ସମେତ ପ୍ରଧାନ ଶିକ୍ଷକଙ୍କୁ ମିଶାଇ ୫ଜଣଙ୍କୁ ବିଦ୍ୟାଳୟକୁ ପ୍ରବେଶ ନକରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।
ମଦୁଆ ଶିକ୍ଷକଙ୍କ ବଦଳି ଦାବିରେ ଆନ୍ଦୋଳନ ପରେ କାର୍ଯ୍ୟାନୁଷ୍ଠାନ

ମୟୂରଭଞ୍ଜ: ମଦୁଆ ଶିକ୍ଷକଙ୍କ ବଦଳି ଦାବିରେ ଆନ୍ଦୋଳନ ପରେ କାର୍ଯ୍ୟାନୁଷ୍ଠାନ । ମଦୁଆ ଶିକ୍ଷକଙ୍କ ସ୍କୁଲ ପ୍ରବେଶ ଉପରେ ରୋକ ଲଗାଇଲେ ଜିଲ୍ଲା ଶିକ୍ଷା ଅଧିକାରୀ । ମୟୂରଭଞ୍ଜ ଜିଲ୍ଲାର ବାରିପଦା ସଦର ଥାନା ଅନ୍ତର୍ଗତ ଶଂଖାଭଙ୍ଗା ଉଚ୍ଚବିଦ୍ୟାଳୟରୁ ମଦୁଆ ଶିକ୍ଷକଙ୍କ ବଦଳି ଦାବିରେ ଛାତ୍ରଛାତ୍ରୀ ରାଜ୍ୟ ରାଜପଥ ଅବରୋଧ କରିଥିଲେ ।
Download Argus News App
