ସେପଟେ ବିପଦ ସମୟରେ ଫାଇଦା ନେଇ ଅନେକ ବସରେ ଭଡା ମନ ଇଚ୍ଛା ନିଆଯାଉଥିବା ଅଭିଯୋଗକୁ ଘରୋଇ ବସ୍ ମାଲିକ ସଂଘ ଖଣ୍ଡନ କରିଛି । ଗତକାଲି କୋଲକାତା ଯାଉଥିବା ଏକାଧିକ ବସରେ ଯାତ୍ରୀଙ୍କଠାରୁ ମନଇଚ୍ଛା ଭଡ଼ା ଆଦାୟ ଅଭିଯୋଗ ହୋଇଥିଲା । ନିର୍ଦ୍ଧାରିତ ଭଡ଼ାଠାରୁ ଅଧିକ ଆଦାୟ କରାଯାଇଥିବା ସଂପୃକ୍ତ ବସ୍ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ବସ୍ ମାଲିକ ସଂଘ ଯୁଗ୍ମ ସମ୍ପାଦକ ।
ମାଗଣା ବସ୍ ସେବାର ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ବହନ କରାଯିବ । ଯେଉଁ ଯାତ୍ରୀମାନେ କୋଲକାତା ଯିବା ପାଇଁ ପୂର୍ବରୁ ଟିକେଟ୍ କିଣି ସାରିଛନ୍ତି, ସେମାନେ ଏହାକୁ ବସ୍ଷ୍ଟାଣ୍ଡରେ ଫେରାଇ ଟିକେଟ ମୂଲ୍ୟ ପାଇପାରିବେ । ଯାତ୍ରୀମାନେ ହେଲ୍ପଲାଇନ୍ ଜରିଆରେ ବସ୍ ଯାତ୍ରା ସଂପର୍କିତ ତଥ୍ୟ ହାସଲ କରିପାରିବେ । ହେଲ୍ପଲାଇନ୍ ନମ୍ବରଗୁଡ଼ିକ ହେଲା - ୮୮୯୫୭୫୪୨୬୨- ଭୁବନେଶ୍ବର ବସ୍ ସଂଘ, ୯୮୬୧୦୯୫୭୬୨-ପୁରୀ ବସ୍ ସଂଘ, ୭୦୦୮୩୨୧୩୯୯- କଟକ ବସ୍ ସଂଘ । ପୁରୀରେ ଜିଆରପି, ଆରଟିଓ ଓ ପୋଲିସ ବିଭାଗ ପକ୍ଷରୁ କୋଲକାତା ଯାତ୍ରୀଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ପୁରୀ ଏସପି କହିଛନ୍ତି ।
ବାହାନଗା ରେଳଷ୍ଟେସନ ନିକଟରେ ଗତ ୨ ତାରିଖ ସନ୍ଧ୍ୟା ସମୟରେ ଶାଲିମାର-ଚେନ୍ନାଇ ଏକ୍ସପ୍ରେସ୍, ବେଙ୍ଗାଲୁରୁ-ହାୱଡ଼ା ଏକ୍ସପ୍ରେସ୍ ଏବଂ ଏକ ମାଲଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା ପରେ ଅଭାବନୀୟ ପରିସ୍ଥିତି ଲାଗି ରହିଛି । ବାଲେଶ୍ବର ମାର୍ଗରେ ସାଧାରଣ ଟ୍ରେନ ସେବା ଆରମ୍ଭ ନହେବା ଯାଏ ମାଗଣା ବସ୍ ସେବା ଅବଧି ବୃଦ୍ଧି କରାଯିବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।
ଆହୁରି ପଢନ୍ତୁ ଓଡିଶା ଖବର...