ଅଧିକ ପଢନ୍ତୁ ଓଡିଶା ଖବର :
କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ପରିବହନ ବିଭାଗର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ରାଜ୍ୟରେ ସଡକ ଦୁର୍ଘଟଣା ହ୍ରାସ ପାଇଁ ସରକାରଙ୍କ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଉଛି । ଏପ୍ରିଲ ପ୍ରଥମ ସପ୍ତାହକୁ ‘ଜିରୋ କାଜୁଆଲିଟି’ ସପ୍ତାହ ରୂପେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି । ସେଥିପାଇଁ ମଦୁଆ ଗାଡି ଚାଳକଙ୍କ ଉପରେ ରହିଛି ତିକ୍ଷଣ ନଜର। ମଦ ପିଇ ମାତାଲ ଅବସ୍ଥାରେ ଗାଡି ଚଲାଇ ଦୁର୍ଘଟଣା ଘଟାଉଛନ୍ତି ଗାଡି ଚାଳକ। ନିଜେ ମୃତ୍ୟୁ ମୁଖରେ ପଡିବା ସହ ଅନ୍ୟକୁ ମଧ୍ୟ ବିପଦରେ ପକାଉଛନ୍ତି। ଖାଲି ସେତିକି ନୁହେଁ ଦୃତ ଗତିରେ ଗାଡି ଚଲାଇ ଅନେକ ବିପଦକୁ ଡାକିଥାନ୍ତି ଏହି ମଦୁଆ ଡ୍ରାଇଭର। ଏଥର ଆଉ ନିସ୍ତାର ନାହିଁ। ସାବାଡ ହେବେ ମଦୁଆ ଡ୍ରାଇଭର।