ପିଣ୍ଟୁ ନନ୍ଦ ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଛନ୍ତି । ଦୋସ୍ତି ଚଳଚ୍ଚିତ୍ରରେ ତାଙ୍କର କମେଡି ଭୂମିକାକୁ ବେଶ ପସନ୍ଦ କରିଥିଲେ ଦର୍ଶକ । ସେହିପରି ଲଭ ମାଷ୍ଟର, ବାହୁଡିବେ ମୋ ଜଗା ବଳିଆ,ଜୟ ଜଗନ୍ନାଥ,ହାତ ଧରି ଚାଲୁଥା,ଡାହା ବାଳୁଙ୍ଗା ଆଦି ୩୦ ରୁ ଉର୍ଦ୍ଧ ଚଳଚ୍ଚିତ୍ରରେ ଅଭିନୟ କରି ସାରିଛନ୍ତି । କେତେବେଳେ ହାସ୍ୟ କଳାକାର ଭୂମିକାରେ ଅନ୍ୟ ମାନଙ୍କୁ ହସାଇଥାନ୍ତି,ତ କେତେବେଳେ ଭିଲିଆନ ଭୂମିକାରେ ନିଜର ଦମଦାର ଅଭିନୟ ଦେଖାଇ ସମସ୍ତଙ୍କୁ ତାଜୁବ କରିଥାନ୍ତି । ଚଳଚ୍ଚିତ୍ର ବ୍ୟତୀତ ଅନେକ ଆଲବମରେ ମଧ୍ୟ ସେ ଅଭିନୟ କରି ସାରିଛନ୍ତି । ବର୍ତ୍ତମାନ ତାଙ୍କର ଚିକିତ୍ସା ପାଇଁ ସହାୟତା ରାଶି ପ୍ରଦାନ କରିବାକୁ ସୋସିଆଲ ମିଡିଆରେ ତାଙ୍କ ପରିବାର ପରିଜନ ଅନୁରୋଧ କରିଛନ୍ତି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।