ଅନୁଭବଙ୍କ ଛାଡ଼ପତ୍ର ଆବେଦନର କାରଣ ଦିଲ୍ଲୀ ବାନ୍ଧବୀ । ଛାଡ଼ପତ୍ର ପାଇଁ ମୋତେ ଧମକାଉଥିଲେ ଅନୁଭବ । ବଣ୍ଡ ପେପରରେ ସାଇନ୍ କରିବା ପାଇଁ ବାଧ୍ୟ କରିଥିଲେ ଅନୁଭବ । ମୁଁ ଫିଲ୍ମ ଲାଇନ୍ ଛାଡ଼ିଦେବି ବୋଲି ସର୍ତ୍ତ ରଖିଥିଲେ ଅନୁଭବ । ଘରକୁ ଯାଇପାରିବିନି କି ସାମାଜିକ କାମ କରିପାରିବିନି ସର୍ତ୍ତ ରଖିଥିଲେ । ମୋତେ ଓ ପରିବାରକୁ ବରବାଦ କରିବାକୁ ଦେଉଥିଲେ ଖୋଲା ଧମକ । ବର୍ଷା ତାଙ୍କୁ ସ୍ଵାମୀର ଅଧିକାରରୁ ବଞ୍ଚିତ କରିଥିବା କହିଥିଲେ ଅନୁଭବ ।
ନିକଟରେ ଅନୁଭବଙ୍କ ଭିଡିଓ ପରେ ବର୍ଷାଙ୍କ ସପକ୍ଷରେ ବାହାରିଥିଲେ ବର୍ଷାଙ୍କ ଫ୍ୟାନ୍ସ କ୍ଲବ । ଅନୁଭବଙ୍କୁ କାଉଣ୍ଟର ଆଟାକ୍ କରି କହିଥିଲେ ଅନୁଭବ ନାଟକ କରନ୍ତି । ସେ ମିଛୁଆ । ମିଛର ମହାଡ୍ରାମା ତାଙ୍କୁ ହିଁ ଜଣା ବୋଲି ଏବେ ସୋସିଆଲ ମିଡିଆରେ ଟ୍ରୋଲ ହେବାରେ ଲାଗିଛି ।
ୟୁଟ୍ୟୁବରେ ଅନୁଭବ ଯେଉଁ ଭିଡିଓ ପୋଷ୍ଟ କରିଥିଲେ, ସେଥିରେ ବର୍ଷାଙ୍କ ସହ ପ୍ରେମ ଆଉ ବିବାହ ପର୍ଯ୍ୟନ୍ତର ସବୁ କଥା କହିଥିଲେ। ନିଜର ଦୁଃଖକୁ ବ୍ୟକ୍ତ କରିବାକୁ ମିଛିମିଛିକା ସକେଇ ବି ହୋଇଥିଲେ। ଯାହାକୁ ଲକ୍ଷ ଲକ୍ଷ ଭ୍ୟୁଅର୍ସ ଦେଖିଥିଲେ। ଆଉ ତାଙ୍କର ଏହି ଭିଡିଓ ପୋଷ୍ଟ ହେବା ପରେ ଟ୍ରୋଲ ହୋଇଛନ୍ତି ଅନୁଭବ ।