ଅନୁଭବଙ୍କ ବିରୋଧରେ ଆଇପିସିର ଦଫା 506,509,501 ଓ ଆଇଟି ଆକ୍ଟର ଧାରା 67ରେ ଅଭିଯୋଗ ନେଇ ଏହି କଂପ୍ଲେନ୍ କେସ୍ ରୁଜୁ କରିଛନ୍ତି । ବର୍ଷାଙ୍କ ପକ୍ଷରୁ ଦର୍ଶାଯାଇଛି, ସୋସିଆଲ ମିଡିଆରେ ଅନୁଭବଙ୍କ ବିଭିନ୍ନ ପୋଷ୍ଟ ତାଙ୍କ ସମ୍ମାନହାନୀ କରିଛି ଏବଂ ଏହା ଅଶାଳୀନ ତଥା ଅପମାନଜନକ । ଜଣେ ନାରୀ ଭାବେ ମର୍ଯାଦାପୂର୍ଣ୍ଣ ଜୀବନ ବଞ୍ଚିବା ତାଙ୍କର ଅଧିକାର ହୋଇଥିବାବେଳେ ବ୍ୟକ୍ତିଗତ ଜୀବନ ଓ ଅନ୍ୟାନ୍ୟ ବ୍ୟକ୍ତିଗତ ପ୍ରସଙ୍ଗକୁ ନେଇ ନାନ କଥା ସୋସିଆଲ ମିଡିଆରେ କୁହାଯାଉଛି । ଏପରି କାର୍ଯ୍ୟ ଆଇପିସି ଓ ଆଇଟି ଆକ୍ଟ ଅନୁସାରେ ଦଣ୍ଡନୀୟ ବୋଲି ଦର୍ଶାଯାଇଛି । ଏଥିସହିତ ଧମକପୂର୍ଣ୍ଣ ପୋଷ୍ଟ ପ୍ରସଙ୍ଗରେ ମଧ୍ୟ ବର୍ଷା ଉଲ୍ଲେଖ କରିଛନ୍ତି ।
ଅନୁଭବଙ୍କ ବିରୋଧରେ କଂପ୍ଲେନ୍ କେସ୍ ରୁଜୁ କଲେ ବର୍ଷା

କଟକ: ପୁଣି ଚର୍ଚ୍ଚାରେ ବର୍ଷା ଅନୁଭବ ପାରିବାରିକ ବିବାଦ ମାମଲା । ଅନୁଭବ ମହାନ୍ତିଙ୍କ ବିରୋଧରେ କଂପ୍ଲେନ୍ କେସ୍ ରୁଜୁ କଲେ ବର୍ଷା ପ୍ରିୟଦର୍ଶିନୀ । କଟକ ସଦର ଏଡିଜେଏମ୍ କୋର୍ଟରେ କଂପ୍ଲେନ୍ କେସ୍ ରୁଜୁ କରିଛନ୍ତି ବର୍ଷା । ବର୍ଷା ଅଭିଯୋଗରେ ଦର୍ଶାଇଛନ୍ତି ଯେ, ସୋସିଆଲ ମିଡିଆରେ ଅନୁଭବଙ୍କ ବିଭିନ୍ନ ପୋଷ୍ଟ ତାଙ୍କ ସମ୍ମାନହାନୀ କରିଛି । ପୂର୍ବରୁ ଅନୁଭବଙ୍କ ଘର ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଏଥିପାଇଁ ବର୍ଷାଙ୍କୁ ଦୁଇ ମାସର ମହଲତ ଦେିଛନ୍ତି କୋର୍ଟ।
ମୋଦି ସରକାର ଆସିବା ପରେ ରାଜ୍ୟରେ ଗୃହ କମିଟିକୁ ରେଳ ଅନୁଦାନ ଦାବୀ ପାଇଁ ଦିଲ୍ଲୀ ଯିବାକୁ ପଡ଼ୁନାହିଁ

ଅର୍ଗସ ବ୍ୟୁରୋ : ମୋଦି ସରକାର ଆସିବା ପରେ ଓଡ଼ିଶା ବିଧାନସଭାରୁ ଗୃହ କମିଟିକୁ ରେଳ ଅନୁଦାନ ବଢ଼ାଇବା ଦାବୀ ପାଇଁ ଆଉ ଦିଲ୍ଲୀ ଯିବାକୁ ପଡ଼ୁନାହିଁ ବୋଲି ଗୁରୁବାର ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନ ଠାରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ର
Download Argus News App
