ବର୍ଷାଙ୍କୁ ପ୍ରଚାରକୁ ଡକାଯାଇଥିଲେ ହେଁ ନିଜ ଦଳର ସେଲିବ୍ରେଟି ଥିବା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କୁ ଦଳ କିନ୍ତୁ ପ୍ରଚାରକୁ ନେଇନାହିଁ । ବିଗତ ନିର୍ବାଚନ ମାନଙ୍କରେ ଅନୁଭବ ବିଜେଡିର ପୋଷ୍ଟର ବୟ ଥିବା ବେଳେ ଏବେ ଅନୁଭବଙ୍କୁ କୋଣଠେସା କରି ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କୁ ନିର୍ବାଚନ ପ୍ରଚାରକୁ ନେଇ ଲୋକଙ୍କ ମେଳି କରିବା ପାଇଁ ଚେଷ୍ଟା କରିଛି ବିଜୁ ଜନତା ଦଳ । ଧାମନଗରବାସୀ ସିଧାସିଧା ସ୍ୱାଭିମାନର ନାରା ଦେଇଥିବା ବେଳେ ଧାମନଗରବାସୀଙ୍କୁ ବସ କରିବା ପାଇଁ ଏବେ ସେଲିବ୍ରେଟିଙ୍କ ସାହାରା ନେଇଛି ବିଜୁ ଜନତା ଦଳ । ଏପରି ଚର୍ଚ୍ଚା ଏବେ ସାଧାରଣରେ ହେଉଛି ।
ସେପଟେ ବିଜୁ ଜନତା ଦଳର ଏପରି ସେଲିବ୍ରେଟି ପ୍ରଚାରକୁ ସମାଲୋଚନା କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ବିରୋଧୀ ଦଳ ଅଭିଯୋଗ କରିଛନ୍ତି ଯେ, ଶାସକ ବିଜୁ ଜନତା ଦଳର ସମସ୍ତ ନେତା ବଦନାମ । ଏଠି ବିଧାୟକ ବଦନାମ୍ , ଏଠି ମନ୍ତ୍ରୀ ବି ବଦନାମ । ବଦନାମ ନେତାଙ୍କ କଥା ଶୁଣିବାକୁ କେହି ପ୍ରସ୍ତୁତ ନାହାନ୍ତି । ନିର୍ବାଚନ ପ୍ରଚାରରେ କାହାକୁ ଡାଲି ଚୋରଣୀ କୁହାଗଲାଣୀ ତ ଆଉ କାହାକୁ ବାଲି ଚୋରଣୀ ବି କୁହାଗଲାଣୀ । ନେତାଙ୍କ ବିରୋଧରେ ହତ୍ୟା ଠାରୁ ଆରମ୍ଭ କରି କେଳାଙ୍କାରୀର ଅଭିଯୋଗ ରହିଛି । ଆଉ ଯେଉଁଥିରୁ ବଞ୍ଚିବା ପାଇଁ ଏବେ ସେଲିବ୍ରେଟି ମାନଙ୍କ ସାହାରା ନେଇଛି ବିଜୁ ଜନତା ଦଳ । ତେବେ ଯେତେ ସେଲିବ୍ରେଟିଙ୍କୁ ଆଣି ପ୍ରଚାର କଲେ କିଛି ଲାଭ ହେବନାହିଁ ବୋଲି ବିରୋଧୀ କହିବା ସହ ଧାମନଗର ବାସୀ ହିଁ ଅସଲ ସେଲିବ୍ରେଟି ବୋଲି କହିଛନ୍ତି ବିରୋଧୀ ଦଳ ଗୁଡିକ ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।