ସମୟ ଅନୁସାରେ ବୁଝିଲି... ଏଥିରେ ବହୁତ ଲୋକଙ୍କ ଘର ଚାଲେ । ଭଲ ଇଣ୍ଡଷ୍ଟ୍ରି କାହା ପାଇଁ ବନ୍ଦ ହେବା ଉଚିତ ନୁହେଁ l ମାତ୍ର ଯେଉଁ ଲୋକଙ୍କ ପାଇଁ ଏ ସବୁ ହେଉଛି ସେମାନଙ୍କୁ ବାହାରିବା ଦରକାର । ଯାହା ସହ ଏମିତି ହେଉଛି କାହାକୁ ନ ଡରି ସୋସିଆଲ ମିଡିଆରେ ଆଟଲିଷ୍ଟ୍ ନିଜ କଥା ରଖିପାରିବେ l ଆମେ ଖରାବେଳେ ଚାଟ୍ କରିଥିଲୁ । ଖରାବେଳେ କେହି ମଦ ପିଇ କି ଏଭଳି କରିବନି l ଏଠି ସମସ୍ତଙ୍କ ଅସ୍ଥିତ୍ୱ ଅଛି l ଆଇନର ସାହାରା ଯଦି ସେ ନେବେ ତାହେଲେ ବହୁତ ଭଲ କଥା ।
ବାବୁସାନଙ୍କ ମାମଲାରେ ଟୁଟୁ ନାୟକ ଦେଇଥିବା ପ୍ରତିକ୍ରିୟା ଠିକ ନୁହେଁ l ତାଳି ଦି ହାତରେ ବାଜେନି l ଜଣଙ୍କୁ ଟାର୍ଗେଟ କରିବା ଠିକ ନୁହେଁ । ଇଣ୍ଡଷ୍ଟ୍ରିରେ କାଷ୍ଟିଂ କାଉଚର ଆପ୍ରୋଚ୍ ହୁଏ । ମାତ୍ର ଯାହା ସହ ହୋଇଥିବ ସେ ହିଁ ସତ କହି ପାରିବ । ଯେ ପର୍ଯ୍ୟନ୍ତ ସେ ମୁହଁ ନ ଖୋଲି ପାରିବ ତା ପାଖରେ କଥା ରହିଯିବ । ଏ ସବୁ ଅଫ୍ ଦ ରେକର୍ଡ ରହିଯାଏ l ଆମେ ଯୋଉ ଜାଗାରେ ଅଛୁ ଆମ ମୁହଁ ବନ୍ଦ କରିବା କଷ୍ଟ । ଯଦି ମୋ ଉପରେ କଥା ଆସିବ ମୁଁ ବି ଆଇନର ଆଶ୍ରୟ ନେବି ।
ଆହୁରି ପଢନ୍ତୁ ଓଡିଶା ଖବର...