ଆଧାର ଲିଙ୍କ୍ ଫଳରେ ସବୁଥିରେ ଆସିପାରିବ ସ୍ୱଚ୍ଛତା । ବିଶେଷ କରି ଯେଉଁ ଯୋଜନା ଗୁଡିକ କନସୋଲିଡେଟେଡ ଫଣ୍ଡରୁ ଆଂଶିକ ଭାବେ କିମ୍ବା ସଂପୂର୍ଣ୍ଣ ଭାବେ ଅନୁଦାନ ପ୍ରାପ୍ତ ହୋଇଥିବ ସେଗୁଡିକରେ ଆଧାର ଲିଙ୍କ ହେବ । ଯେଉଁଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟ ଗୁଡିକ ଉଦ୍ଦେଶ୍ୟରେ ସରକୁଲାର ମଧ୍ୟ ଜାରି କରାଯାଇଛି । ଥରେ କି ଦୁଇଥର ନୁହେଁ, ପ୍ରଥମେ 24 ଅକ୍ଟୋବର 2017, ତାପରେ 19 ଡିସେମ୍ବର 2017 ଏବଂ ଏବେ ପୁଣି ଗତମାସ ଅର୍ଥାତ 28 ନଭେମ୍ବର 2019ରେ ସର୍କୁଲାର ଜାରି କରିଛନ୍ତି କେନ୍ଦ୍ର ସରକାର । ହେଲେ ବର୍ତ୍ତମାନ ସୁଦ୍ଧା କେବଳ ଖାଦ୍ୟ ସୁରକ୍ଷା ଯୋଜନା ଭଳି କିଛି ହାତ ଗଣତି ଯୋଜନାରେ ଆଧାର ସଂଯୋଗ କରିବାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର ।
ଆଉ ଏଥିପାଇଁ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ । କେବଳ ଦୁର୍ନୀତିକୁ ପ୍ରସୟ ଦେବା ପାଇଁ ରାଜ୍ୟ ସରକାର ଯୋଜନା ଗୁଡିକରେ ଆଧାର ଲିଙ୍କ କରୁନାହାନ୍ତି ବୋଲି କହିଛି ବିଜେପି । ସେହିପରି ଯଦି ଆଧାର ଲିଙ୍କ କରାଯାଏ ତେବେ ବିଜେଡି ସରକାରର ମିଛ ଧରା ପଡିଯିବ ବୋଲି କହିଛି କଂଗ୍ରେସ ।
ଦେଖନ୍ତୁ ପୁରା ରିପୋର୍ଟ...