ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସେ କହିଛନ୍ତି ଗୃହରେ ପ୍ରତିବାଦ ହେଲେ 4 ଟା ଯାଏଁ ଗୃହ ମୁଲତବି କରିବା ଦୁର୍ଭାଗ୍ୟଜନକ । ସରକାର ଚାଁହୁନାହାନ୍ତି ଶୂନ୍ୟକାଳ ରେ ବିରୋଧୀ କୁହନ୍ତୁ । ବିଗତ ଦିନରେ ଅଭିଜ୍ଞତା ଅଛି ସେଥିପାଇଁ ଚାହୁଁନାହାନ୍ତି । ସର୍ବଦଳୀୟ ବୈଠକ ଡାକିଲେ କିଛି ନିଷ୍କର୍ସ ବାହାରୁଛି । ବିରୋଧୀ ଜିଦ୍ ଧରିକି ବସୁନାହାନ୍ତି । ବିରୋଧୀ ଆଲୋଚନା ଚାହୁଁଛନ୍ତି । ମନ୍ତ୍ରୀଙ୍କ ପାଖରେ ତଥ୍ୟ କି ଉତ୍ତର ନାହିଁ । ନିୟମ ଅନୁସାରେ ଲେଖା କାଗଜ ପଢିବା ମନା । ବାଚସ୍ପତି ଶୁଣୁନାହାଁନ୍ତି । ଉପର ମହଲାରୁ ଲେଖା ଆସିଲେ ସେ ପଢିବାକୁ ବାଧ୍ୟ । ବିଧାନସଭାର ଗାରିମା କମି କମି ଯାଉଛି । ବାଚସ୍ପତିଙ୍କୁ ଅନୁରୋଧ ସର୍ବଦଳୀୟ ବୈଠକ ଡାକନ୍ତୁ । ଆଲୋଚନା ହେଉ । ସେ ଯଦି ଚୁପ ବସିବେ ଲୋକେ ବୁଝିବେ ଆମେ ଉପାୟହୀନ ।