ଜଗା ଦର୍ଶନରେ ଲାଗିଲା କଟକଣା
ମୟୁରଭଞ୍ଜ: କ୍ଷତିଗ୍ରସ୍ତଙ୍କୁ ବିସ୍ଥାପିତ। କରଞ୍ଜିଆ ବ୍ଲକ ହାତିବାରି ଶିମିଳିପାଳରୁ ପ୍ରବାହିତ ଦେଓ ନଦୀରେ 52 କୋଟି ବ୍ୟୟରେ ନଦୀବନ୍ଧ ନିର୍ମାଣ କାମ ଆରମ୍ଭ ହୋଇଥିଲା । ତେବେ ଏହି ପ୍ରକଳ୍ପ ଯୋଗୁ କ୍ଷତିଗ୍ରସ୍ତ ହେବାକୁ ଥିବା ଲୋକଙ୍କୁ ଆଜି ବିସ୍ଥାପିତ କରାଯାଇଛି। ହାତୀବାରି ଗାଁର ପ୍ରାୟ 19ଟି ପରିବାରଙ୍କୁ ବିସ୍ଥାପିତ କରାଯାଇଛି ।
ପାଟୁଳିଡିହି ଠାରେ ଏକ ଅସ୍ଥାୟୀ ଶିବିରରେ ସେମାନଙ୍କୁ ରଖାଯାଇଛି । ଏଥିପାଇଁ ଗାଁରେ ପୋଲିସ ଟିମ ମୁତୟନ କରାଯାଇଛି। ମୟୁରଭଞ୍ଜ ଉପଜିଲ୍ଲାପାଳ, ମୟୁରଭଞ୍ଜ ଏସପି, କରଞ୍ଜିଆ ଓ ଶୁକୃଳି ତହସିଲଦାର ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।