ଧାନ ଓ ଚାଉଳ ଘୋଟାଲା ନେଇ ରାଇସ ମିଲ କୁ ସିଲ କରାଯାଇଥିବା ଜଣାପଡିଛି । ଅନିୟମିତତା ଅଭିଯୋଗ ରେ ପ୍ରଶାସନ ପକ୍ଷରୁ ବଂଶଲ ରାଇସ ମିଲ କୁ ଚଢ଼ାଉ କରିବା ପରେ ସିଲ ହୋଇଥିବା ଜଣାପଡିଛି । ମିଲରେ ହଜାର କ୍ୱିଣ୍ଟାଲ ଧାନ ଓ ୪ ଶହ କ୍ୱିଣ୍ଟାଲ ଚାଉଳ କମ ଥିବା ସୂଚନା ମିଳିଛି ।
ଏହି ପ୍ରଶାସନ ଦଳରେ ବଲାଙ୍ଗୀର ଏଡିଏମଓ, ତୁରେକେଲା ଯୋଗାଣ ଅଧିକାରୀ ସନାନ୍ତନ ମାଝୀ, ବିଦ୍ୟୁତ ବିଭାଗର ଯନ୍ତ୍ରୀ, ଡିଆରସି ଅଧିକାରୀ ଏମାନେ ସମସ୍ତେ ଏହି ମିଲ୍ ରେ ପହଂଚି ବିଦ୍ୟୁତ ବିଲ୍, ରାଇସ୍ ମିଲ୍ ର ବଏଲର, ଡ୍ରାୟର, ମିଲିଙ୍ଗ୍ କେପାସିଟି, ଡିଆସି ଅଫିସର ପଞ୍ଜିକରଣ, ଜିଏସଟି, ପ୍ରଦ୍ୟୂଷଣ,ଷ୍ଟୋରେଜ୍ କେପାସିଟି, ଲାଇନ୍ସସ୍ ର ଅବଧୀ ସୀମା ଅଛି କି ନାହିଁ ଏସବୁର କାଗଜ ପତ୍ରକୁ ଯାଂଚ କରିବା ସହ ଏକ ତାଲିକା ପ୍ରସ୍ତୁତ କରି ଜିଲ୍ଲାପାଳଙ୍କୁ ଦିଆଯିବ ବୋଲି ଜଣାପଡିଛି । ଏ ସବୁ ବିଷୟକୁ ନେଇ ବିଭାଗୀୟ ଅଧିକାରୀ କିମ୍ବା ଟିମ୍ ଲିଡର୍ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।
ଓଡିଶା ଖବର ଆହୁରି ପଢନ୍ତୁ