Mpv 65 ଗ୍ରାମର ଦୀପକ ସରକାରଙ୍କ ଝିଅର ବିବାହ ଗତ ସୋମବାର ଦିନ ହୋଇଥିଲା। ବିବାହ ଉପଲକ୍ଷେ ଗ୍ରାମରେ ଭୋଜି ମଧ୍ୟ କରାଯାଇଥିଲା। ପ୍ରଥମ ଭୋଜିରେ ଯେଉଁ ଲୋକମାନେ ସାହାଯ୍ୟ କରିଥିଲେ ସେହି ଲୋକଙ୍କୁ ନେଇ ଗତ ମଙ୍ଗଳବାର ଦ୍ୱିପହରେ ସମୟରେ ପୁଣି ଥରେ ଭୋଜି ହେଇଥିଲା l ତେବେ ମଙ୍ଗଳବାର ଦିନ ଭୋଜିରେ ସୋମବାର ଦିନ ବଳକା ହେଇଥିବା ଭାତକୁ ପୁଣି ଥରେ ରୋଷେଇ କରି ଲୋକମାନେ ଖାଇଥିଲେ। ପରେ ବୁଧବାର ଦିନ ଲୋକମାନେ ଅସୁସ୍ଥ ହୋଇପଡିଥିବା ବେଳେ ସମସ୍ତେ ଆସି ମେଡିକାଲରେ ଚିକିତ୍ସା ହୋଇଛନ୍ତି ।
ଏହି ଘଟଣାରେ ଗ୍ରାମର ଛୋଟ ପିଲା ଠାରୁ ଆରମ୍ଭ କରି ବଡ଼ ଲୋକ ପର୍ଯ୍ୟନ୍ତ ପ୍ରାୟ ୪୦ରୁ ଉର୍ଦ୍ଧ ଲୋକ ଏହି ଭୋଜି ଖାଇ ଅସୁସ୍ତ ହୋଇପଡିଥିବା ଦେଖିବାକୁ ମିଳିଛି l ବର୍ତ୍ତମାନ୍ ମେଡିକାଲରେ ୧୫ ରୁ ୨୦ ଜଣ ଲୋକଙ୍କର ଚିକିତ୍ସା ଚାଲିଛି l ତେବେ ପ୍ରକୃତରେ କେଉଁ କାରଣ ପାଇଁ ଏଭଳି ଘଟଣା ହୋଇଛି ତାହା ସଠିକ ଜଣା ପଡିନାହିଁ l ଏହାର ତଦନ୍ତ କରିବାକୁ ଦାବି ହୋଇଛି।