ଆଗକୁ ଦୈନିକ 50ହଜାର ଟେଷ୍ଟିଂ କରାଯିବ । ସେହିପରି ସରକାରୀ ଓ ଘରୋଇ ହସ୍ପିଟାଲରେ ଜେନେରାଲ ବେଡ 9ହଜାର 8ଟି ଥିବା ବେଳେ 17.5 ପ୍ରତିଶତ ରୋଗୀ ଅଛନ୍ତି। ICU ବେଡ଼ 2ହଜାର 18ଟି ଥିବା ବେଳେ ସେଠାରେ 21.01 ପ୍ରତିଶତ ରୋଗୀ ଅଛନ୍ତି। ଭେଣ୍ଟିଲେଟର 782 ଥିବା ବେଳେ ସେଠି 7.54 ପ୍ରତିଶତ ରୋଗୀ ଅଛନ୍ତି।
ଟୀକା ନେଲେ ବି ହେବ କରୋନା, ସତର୍କ ରହିବାକୁ ପରାମର୍ଶ ଦେଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର

ଭୁବନେଶ୍ଵର: ଟୀକା ନେଲେ ବି ହେବ କରୋନା । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏ ନେଇ ସୂଚନା ଦେଇଛନ୍ତି। ମୃତ୍ୟୁ ହାର କମିବ, କିନ୍ତୁ ସଂକ୍ରମଣ ହୋଇପାରେ। ସେହିପରି ଛତିଶଗଡ ସୀମନ୍ତ ଜିଲ୍ଲା ଉପରେ ନଜର ରଖାଯାଇଥିବା ସେ କହିଛନ୍ତି । ଆବଶ୍ୟକତା ଅନୁସାରେ ଟିଏମସି ଖୋଲିଛି ଏବଂ ଆହୁରି ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଟେଷ୍ଟିଂ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି ।
Download Argus News App
