ଏ ସବୁ ଭିତରେ ସରଗରମ ହୋଇଛି ରାଜ୍ୟ ରାଜନୀତି । ପୌର ନିର୍ବାଚନ ପ୍ରଚାର ବେଳେ ପ୍ରତିକ୍ରିୟା ରଖି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁ । ଦୁର୍ନୀତିରେ ଲିପ୍ତ ଥିବା ଅଧିକାରୀ ମାନଙ୍କ ସହ ବିଜେଡ଼ିର ସମର୍ଥନ ଥିବାରୁ କାର୍ଯ୍ୟାନୁଷ୍ଠାନ ନେବା କ୍ଷେତ୍ରରେ ରାଜ୍ୟ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି କହିଛନ୍ତି କେନ୍ଦ୍ର ମନ୍ତ୍ରୀ।
ଏହାସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ପକ୍କାଘର ଦିଆଯାଉନି ବୋଲି କହି ରାଜ୍ୟ ସରକାରଙ୍କୁ କାଠଗଡାକୁ ଟାଣିଛି କଂଗ୍ରେସ । ବ୍ୟାପକ ଦୁର୍ନୀତି ହେଉଥିବା ସତ୍ତ୍ଵେ ଦୋଷୀ ଅଫିସର ମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି କହିଛି କଂଗ୍ରେସ । ଅନ୍ୟପଟେ ଦୁର୍ନୀତିର ପ୍ରମାଣ ଜଳଜଳ ହୋଇ ଦେଖା ଯାଉଥିଲେ ମଧ୍ୟ ମାନିବାକୁ ନାରାଜ ବିଜେଡି।
ମୟୁରଭଞ୍ଜ ଶୁଳିଆ ପଦାର ସିଙ୍ଗିମାରା ବିଛିନ୍ନlଞ୍ଚଳ ମାଝୀସାହିରେ ରହୁଛନ୍ତି ୧୬ରୁ ଅଧିକ ଆଦିବାସୀ ପରିବାର। ସରକାରଙ୍କ ଭାଷାରେ ଏମାନେ ଗରିବ ନୁହଁନ୍ତି। ପକ୍କାଘର ପାଇଁ ଆବେଦନ କରି ନିରାଶ ହୋଇଛନ୍ତି ଏହି ଆଦିବାସୀ ପରିବାର। ଚାଳ ଛପର ପାଲ ତଳେ ବିତୁଛି ଜୀବନ। ଗରିବଙ୍କ ପକ୍କା ଘର ମିଳୁନି ହେଲେ ଥିଲା ବାଲା ଦୁଇଟି ତିନୋଟି ଘର ହାତେଇଛନ୍ତି। ବଡ କଥା ହେଉଛି ତଦନ୍ତରେ ପ୍ରମାଣ ମିଳିବା ପରେ ଦୋଷୀ ଅଧିକାରୀଙ୍କ ବିରୋଧରେ ରାଜ୍ୟ ସରକାର କାହିଁକି କାର୍ଯ୍ୟାନୁଷ୍ଠାନ ନେଉନାହାଁନ୍ତି ତାକୁ ନେଇ ଉଠିଛି ପ୍ରଶ୍ନ।