ଲୋକସଭା ଭବନରେ ବୈଠକ ପରେ ଶିକ୍ଷକ ସଂଘ ଷ୍ଟିୟରିଂ କମିଟି ବେଠକରେ ହେଲା ମାନସ ମନ୍ଥନ । ଆନ୍ଦୋଳନ ଚାଲିବ ନା ହଟିବ ତାକୁ ଢେର ସମୟରେ ଆଲୋଚନା ପରେ ପିଲାଙ୍କ ପାଠ ସ୍ବାଭାବିକ କରିବାକୁ ସ୍କୁଲକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି ଶିକ୍ଷକ ସଂଘ ।
ତିନି ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିଲେ ଶିକ୍ଷକ ସଂଘ । ପ୍ରଥମ ଦାବି ଥିଲା ଠିକା ଉଚ୍ଛେଦ, କଳା, କ୍ରୀଡା ଓ ଗଣଶିକ୍ଷକଙ୍କୁ ମିଶାଇ ପ୍ରାୟ 13 ହଜାର ଠିକା ଶିକ୍ଷକ ଏବେ ବି ପ୍ରାଥମିକ ବିଦ୍ୟାଳୟରେ ଅଛନ୍ତି । ତେବେ ଠିକା ଉଚ୍ଛେଦ ନେଇ ଅକଟ୍ବୋର 15, 2022 ରେ ସରକାର ଘୋଷଣା କରିଥିଲେ ବି ପ୍ରାଥମିକ ଶିକ୍ଷକଙ୍କ କ୍ଷେତ୍ରରେ ଏହା ଲାଗୁ ହୋଇ ନଥିଲା ।
13 ତାରିଖରୁ ଦେଢ ଲକ୍ଷ ଶିକ୍ଷକ ଛୁଟିରେ ଯିବାରୁ 56 ହଜାର ସ୍କୁଲରେ ଝୁଲିଥିଲା ତାଲା । ତେବେ ଅଭିଭାବକ ସଂଘ ଶିକ୍ଷକ ସଂଘକୁ ସମର୍ଥନ କରିବା ପରେ ଅଡୁଆରେ ପଡିଥିଲେ ସରକାର । ପ୍ରଥମେ ନାଲିଆଖି ଦେଖାଇଲେ ପରେ ବିକଳ୍ପ ଖୋଜିଲେ ଓ ଶେଷରେ ଆଲୋଚନା କରି ସମୟ ମାଗିଲେ । ଏବେ ନଜର ବିଧାନସଭା ପରେ ଶିକ୍ଷକଙ୍କ ଦାବି ପ୍ରତି ସରକାର କି ପଦକ୍ଷେପ ନେଉଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...