ବନ ବିଭାଗ ପକ୍ଷରୁ ଲୋକଙ୍କୁ ଜଙ୍ଗଲରେ ନିଆଁ ନ ଲଗେଇବାକୁ, ନିଆଁ ଲାଗିଲେ ବନ ବିଭାଗ କିମ୍ବା ଅଗ୍ନିଶମ ବିଭାଗକୁ ଖବର ଦେବାକୁ ସଚେତନ କରାଯାଉଛି । କିନ୍ତୁ ଏହା କାର୍ଯ୍ୟକାରୀ ହେଉନାହିଁ । ଫଳରେ ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ୍ତ କରିବାକୁ ସମୟ ଲାଗୁଛି । ନିଆଁ ଲାଗି ବହୁ ମୂଲ୍ୟବାନ ଗଛ ପୋଡ଼ି ପାଉଁଶ ହୋଇଯାଇଛି।
୧୮ଘଣ୍ଟା ପରେ ଗିଧଘରା ପାହାଡ଼ ନିଆଁ ଆୟତ୍ତ ହେଲା

ଅର୍ଗସ ବ୍ୟୁରୋ: ଜଙ୍ଗଲରେ ନିଆଁ ଲାଗିବାର ୧୮ ଘଣ୍ଟା ପରେ ଆୟତ୍ତ ହେଲା। ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବନାଞ୍ଚଳ ଅଧିନରେ ଥିବା ସିନ୍ଧେକେଲା ଗିଧଘରା ପାହାଡ଼ରେ ନିଆଁ ଲାଗିଥିଲା। ବନ ବିଭାଗ ବିଳମ୍ବରେ ପହଞ୍ଚି ଥିବାରୁ ପରିସ୍ଥିତି ଜଟିଳ ହୋଇଥିଲା । ୪୦ରୁ ଅଧିକ ଫାୟାର ସ୍କ୍ବାର୍ଡ ନିଯୁକ୍ତି କରାଯାଇଥିବା ନେଇ ବଙ୍ଗୋମୁଣ୍ଡା ରେଞ୍ଜର ସୂଚନା ଦେଇଛନ୍ତି ।
Download Argus News App
