୧୨୮୦ ମିଟର ଦୈର୍ଘ୍ୟ ବିଶିଷ୍ଟ ବନ୍ଧ ଥିବା ଉକ୍ତ ପ୍ରକଳ୍ପଟିକୁ ସମ୍ପୂର୍ଣ କରାଯିବା ପାଇ ୨୦୧୮ ମସିହା ମୂଲ୍ୟ ସୂଚୀ ଅନୁଯାୟୀ, ୯୪୧ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇ ବର୍ତ୍ତମାନ ସୁଧା ୮୨୩ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ନଦୀ ବନ୍ଧର ବାମପାର୍ଶ୍ଵ ମୁଖ୍ୟ କେନାଲର ଦୈର୍ଘ୍ୟ ୨୫.୨୦ କି.ମି ଏବଂ ଦକ୍ଷିଣପାର୍ଶ୍ଵ ମୁଖ୍ୟ କେନାଲର ଦର୍ଘ୍ୟ ୩୨.୬୯ କି.ମି ଦ୍ଵାରା ୯୯୦୦ ହେକ୍ଟର ଜମି ଜଳସେଚିତ ହେବା ସହିତ ୧୦୦ଟି ଗ୍ରାମର ଲୋକ ଉପକୃତ ହେବେ।
ଏହି ପ୍ରକଳ୍ପଟିକୁ ସମ୍ପୂର୍ଣ୍ଣ କରାଯାଇ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଓ ଶୁକୃଳି ବ୍ଲକର ୭୫ ଟି ଗ୍ରାମର ୬୬୭୭ ହେକ୍ଟର ଏବଂ କେନ୍ଦୁଝର ଜିଲ୍ଲାର ସାହାରପଡା ବ୍ଲକର ୨୫ ଟି ଗ୍ରାମର ୩୨୨୩ ହେକ୍ଟର ଚାଷୋପଯୋଗୀ ଜମିକୁ ଜଳସେଚିତ କରାଯିବାର ଲକ୍ଷ୍ୟ ରଖାଯାଇଅଛି।