ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ କ୍ରାଇମବ୍ରାଞ୍ଚର ଚାର୍ଜସିଟକୁ ନେଇ ତେଜିଲା ରାଜନୀତି !
ବାପାଙ୍କ ଉପରେ ରାଗି ପଳାଇଥିଲା ଝିଅ, ୮ ବର୍ଷ ପରେ ଶ୍ରୀକ୍ଷେତ୍ରରେ ହେଲା ମିଳନ
ସୁନ୍ଦରଗଡ଼: ବାପା-ଝିଅଙ୍କ ଖୁସିର ମିଳନ । ଦିନେ ଘରୁ ରାଗିଯାଇ ପଳାଇଥିବା ୧୦ ବର୍ଷର ଝିଅ ସୁନିତାକୁ ଶ୍ରୀକ୍ଷେତ୍ର ପୁରୀରୁ ଦୀର୍ଘ ୮ ବର୍ଷ ପରେ ଉଦ୍ଧାର କରିଛି ଚାଇଲ୍ଡ ଲାଇନ । ଖବର ପାଇ ଶ୍ରୀକ୍ଷେତ୍ର ଚାଲିଆସିଥିଲେ ସୁନିତାଙ୍କ ବାପା । ଆଉ ସାମ୍ନାରେ ବାପାଙ୍କୁ ଦେଖି ଛାତିର କୋହକୁ ସମ୍ଭାଳି ପାରିନଥିଲେ ଝିଅ ।
ରାଉରକେଲା ଉଦିତନଗର ଶୀତଳପଡାରେ ରୁହନ୍ତି ବାପା ବିପ୍ର ସାହୁ । ୨୦୧୨ ମସିହାରେ ସେ ତାଙ୍କ ଝିଅ ସୁନିତାକୁ ଗାଳି କରିଥିଲେ । ଯେଉଁଥି ପାଇଁ ସୁନିତା ଘର ଛାଡ଼ି କୁଆଡେ ଚାଲି ଯାଇଥିଲେ । ବହୁ ଖୋଜାଖୋଜି ପରେ ମଧ୍ୟ ଝିଅର କୌଣସି ପତ୍ତା ପାଇନଥିଲେ ବାପା ଓ ମା । ପରେ ଏ ନେଇ ଉଦିତନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ପୋଲିସ ଘଟଣାର ତଦନ୍ତ ଚଳାଇଥିଲେ ସୁଦ୍ଧା ସୁନିତାଙ୍କ ପତ୍ତା ମିଳିନଥିଲା । ଶେଷରେ ଜଣାପଡିଲା ପୁରୀରେ ଜଣଙ୍କ ଘରେ କାମ କରୁଥିଲେ ସୁନିତା । ସେଠାରେ ତାଙ୍କୁ ବହୁ ନିର୍ଯାତନା ଦିଆଯାଉଥିବା ଚାଇଲ୍ଡ ଲାଇନର ସଦସ୍ୟମାନେ ଜାଣିପାରି ସୁନିତାଙ୍କୁ ଉଦ୍ଧାର କରିଥିଲେ । ପରେ ବାପା ଝିଅକୁ ନେଇ ରାଉରକେଲା ଫେରିଥିଲେ । ସେଠାରେ ପହଞ୍ଚିବା ପରେ ପରିଜନଙ୍କୁ ଦେଖି କାନ୍ଦି ପକାଇଥିଲେ ଝିଅ ସୁନିତା ।
Download Argus News App
