ପାଞ୍ଚ ବର୍ଷ ତଳେ ଖୋଦ୍ ରାଜ୍ୟ ସରକାର ମହନଦୀ ମା କହି ମାଷ୍ଟରପ୍ଲାନ ଆରମ୍ଭ କରିଥିଲେ । ଉଦ୍ଦେଶ୍ୟ ଥିଲା, ବର୍ଷା ବେଳେ ସମୁଦ୍ରକୁ ବହିଯାଇଥିବା 52% ପାଣିକୁ ଅଟକାଇବା। ମହାନଦୀ ତଳମୁଣ୍ଡରେ ୭ ବ୍ୟାରେଜର ବି ପ୍ରସ୍ତାବ ରଖିଲେ। ହେଲେ ବାସ୍ତବତା ହେଲା ବ୍ୟାରେଜ ତ ଦୂରର କଥା, ଏଥିପାଇଁ ସ୍ଥାନ ନିରୁପଣ ବି ହୋଇନି । ଅନ୍ୟପକ୍ଷରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ସଂଗଠନ ସତ୍ୟାଗ୍ରହ ପାଇଁ ଅଣ୍ଟା ଭିଡିଛି।
ରାଜ୍ୟ ସରକାର ପ୍ରଥମେ କହିଲେ ଛତିଶଗଡ଼ ୧୦୦ ବ୍ୟାରେଜ୍ କଲେ ବି ଓଡ଼ିଶାର କୌଣସି କ୍ଷତି ହେବନି । ମହାନଦୀ ସୁରକ୍ଷା ଅଭିଯାନ ନାଁ ରେ ମୁଖ୍ୟମନ୍ତ୍ରୀ ଝାରସୁଗୁଡା ସୁଖାସୋଡ଼ା ରୁ ଅଭିଯାନ ଆରମ୍ଭ କରିଥିଲେ । ସରକାର ଅପୋଷ ଆଲୋଚନା କୁ ଏଡାଇ ସୁପ୍ରିମକୋର୍ଟ ଦ୍ୱାରସ୍ଥ ହେବା ପରେ ବିବାଦ ର ସମାଧାନ ପାଇଁ ମହାନଦୀ ଟ୍ରିବୁନାଲ ଗଠନ କରିଥିଲେ । ହେଲେ ଟ୍ରିବୁନାଲ ର ଟ୍ରାକ ରେକର୍ଡ କହୁଛି ଟ୍ରିବୁନାଲରେ ମାମଲା ଶୁଣାଣି ଶୀଘ୍ର ନୁହେଁ ବିଳମ୍ବ ହୋଇଥାଏ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: