ଜିଲ୍ଲାର ବିଭିନ୍ନ ସ୍ଥାନରେ ପର୍ଯ୍ୟଟନର ବିକାଶ କରି ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ସମ୍ପାଦନ ହୋଇଥିଲା । ସେଥିମଧ୍ୟରୁ ଜଗତି ହନୁମାନ ମନ୍ଦିର ପରିସରରେ 5ଲକ୍ଷ ଟଙ୍କା ବିନିମୟରେ ପାର୍କ ନିର୍ମାଣ ହୋଇଥିଲା ,ହେଲେ କେଇଟା ସିମେଣ୍ଟ ଚୌକି ପକେଇଦେଇ ପାର୍କ ଟଙ୍କା ପକେଟରେ ପୁରା ହଲା । ନିମ୍ନମାନର କାର୍ଯ୍ୟ ଯୋଗୁଁ ତାହା ମଧ୍ୟ ଭାଙ୍ଗି ଯାଇଛି । ଏନେଇ କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ବେହେରାଙ୍କୁ ପଚାରିବାରୁ ପ୍ରୋଜେକ୍ଟ ଆପ୍ରୁଭ୍ ପାଇଁ ପଠା ଯାଇଛି । କାର୍ଯ୍ୟ ପୁଣି ଆରମ୍ଭ ହେବ ବୋଲି ସେ କହିଛନ୍ତି ।
ତେବେ ଏଠି ପ୍ରଶ୍ନ ଉଠୁଛି ବିନା ଅନୁମୋଦନରେ କାର୍ଯ୍ୟ କେମିତି ଆରମ୍ଭ ହେଲା,ଆଉ କେବେ ପୁଣି କାର୍ଯ୍ୟ ସମ୍ପାଦନ ହେବ ? କାମ ସଂପୂର୍ଣ୍ଣ ପୂର୍ବରୁ ଉଦଘାଟନୀ ଆୟୋଜନ କାହିଁକି ?
ଆହୁରି ପଢନ୍ତୁ ଓଡିଶା ଖବର...