ନବରଙ୍ଗପୁର ଜିଲ୍ଲା ଉମରକୋଟ ପେଣ୍ଡରାଣୀ କଲେଜର ନକଲି ନୋଟିସ । ଏଥିରେ ଭାଲେଟାଇନ୍ସ ଡେରୁ ଅର୍ଥାତ ଫେବ୍ରୁଆରୀ ୧୪ରୁ ପ୍ରତ୍ୟେକ ଛାତ୍ରୀ ଜଣେ ପୁରୁଷ ବନ୍ଧୁଙ୍କୁ ବାଛିବା ପାଇଁ କୁହାଯାଇଛି । ଏପରିକି ବୟଫ୍ରେଣ୍ଡ ନଥିବା ଛାତ୍ରୀଙ୍କୁ କଲେଜରେ ପ୍ରବେଶ ଅନୁମତି ମିଳିବ ନାହିଁ ବୋଲି ଉଲ୍ଲେଖ ଅଛି ।
ବୟଫ୍ରେଣ୍ଡଙ୍କ ସହ ଫଟୋ ଉଠାଇ ଛାତ୍ରୀମାନେ ପରିଚୟପତ୍ର ଭଳି କଲେଜ ପ୍ରବେଶ ଦ୍ବାରରେ ଦେଖାଇ ପ୍ରବେଶ କରିବେ ବୋଲି ମଧ୍ୟ ଏଥରେ ଲେଖାଯାଇଛି । ସବୁଠୁ ବଡକଥା ହେଉଛି ନୋଟିସ ଶେଷରେ କଲେଜର ପ୍ରିନ୍ସିପାଲଙ୍କ ଦସ୍ତଖତ ରହିଛି । ଏହାକୁ ଏକ ଫେକ ନୋଟିସ ପ୍ରିନ୍ସିପାଲଙ୍କ ଦସ୍ତଖତ ରହିଛି । ଏହାକୁ ଏକ ଫେକ ନୋଟିସ ବୋଲି କହି ପ୍ରବଳ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କଲେଜର ଛାତ୍ର ଛାତ୍ରୀ | ଏ ସଂପର୍କରେ କଲେଜ ପ୍ରିନ୍ସିପାଲଙ୍କୁ ପଚାରିବାରୁ ନୋଟିସଟି ସଂପୂର୍ଣ୍ଣ ମିଛ ବୋଲି ସେ ପ୍ରତିକ୍ରିୟାରେ କହିଛନ୍ତି । ଭାଇରାଲ ହେଉଥିବା ନୋଟିସ ନମ୍ବର ଟି ଗତ ଜାନୁଆରୀ ୨୬ ଓ ସରସ୍ୱତୀ ପୂଜା ପାଇଁ ନୋଟିସ ଜାରି ହୋଇଥିଲା ।
ଯାହାକୁ କପି କରି କେହି ଦୁର୍ବୁର୍ତ୍ତ ତାହାକୁ ଭାଇରାଲ କରିଥିବା କଲେଜ ପ୍ରିନ୍ସିପାଲ ଅନିତା ମାଝୀ ପ୍ରକାଶ କରିଛନ୍ତି । ଏନେଇ ପୋଲିସକୁ ସୂଚନା ଦିଆଯିବ ବୋଲି ମଧ୍ୟ କହିଛନ୍ତି କଲେଜ ଅଧ୍ୟକ୍ଷ। ଏବେ ପ୍ରଶ୍ନ ଉଠୁଛି କିଏ ସେହି ଦୁର୍ବୃତ ଯିଏ ଏଭଳି ଏକ ନୋଟିସକୁ ଭାଇରାଲ କରିଛି । ମହିଳାଙ୍କ ସମ୍ମାନ ହାନୀ ହେଲାଭଳି ଏକ ଆପତିଜନକ ବିଜ୍ଞପ୍ତି । ବିଜ୍ଞପ୍ତି ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଥିଲେ ବି କେହି କିଛି ପଦକ୍ଷେପ ନେଉ ନାହାନ୍ତି କାହିଁକି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।