ଗଜପତି ଜିଲ୍ଲା ରାୟଗଡା ବ୍ଲକର ମହେନ୍ଦ୍ରଗିରି ପର୍ବତକୁ ରାଜ୍ୟର ଦ୍ବିତୀୟ ଜୈବ ବିବିଧତା ଐତିହ୍ୟସ୍ଥଳୀର ମାନ୍ୟତା ପ୍ରଦାନ କରାଯାଇଛି। ଐତିହାସିକ, ପୌରାଣିକ, ପ୍ରତ୍ନତାତ୍ତ୍ୱିକ ତଥା ପରିବେଶର ଗୁରୁତ୍ୱ ବହନ କରୁଥିବା ମହେନ୍ଦ୍ରଗିରି ପର୍ବତମାଳା ରହିଛି। ଜୈବ ବିବିଧତା ଐତିହ୍ୟସ୍ଥଳୀର ମାନ୍ୟତା ଲାଗି ରାଜ୍ୟ ଜୈବ ବିବିଧତା ବୋର୍ଡ ପକ୍ଷରୁ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ପ୍ରସ୍ତାବ ପଠାଯାଇଥିଲା, ଯାହାକୁ ବିଭାଗ ପକ୍ଷରୁ ମୋହର ଲଗାଯାଇଛି। ଏଥିସହିତ ବିଭାଗ ପକ୍ଷରୁ କୁହାଯାଇଛି ଯେ ମହେନ୍ଦ୍ରଗିରି କୁ ଜୈବବିବିଧତା ଐତିହ୍ୟସ୍ଥଳୀ ମାନ୍ୟତା ଦେବା ଲାଗି ଗଣ୍ଡାହାତୀ ମଧ୍ୟ ଜୈବ ବିବିଧତା ପରିଚାଳନା କମିଟି (ବିଏମ୍ ସି), ମୋହନା ବିଧାୟକ, ପାରଳାଖେମୁଣ୍ଡି ଡିଏଫ୍ ଓ ଓ ସେଚ୍ଛାସେବୀ ସଙ୍ଗଠନ ପ୍ରସ୍ତାବ ରଖିଥିଲେ। ୨୦୨୦ ମସିହା ସେପ୍ଟେମ୍ବର ମାସ ୧୩ ତାରିଖ ରେ ସ୍ଥାନୀୟ ଗ୍ରାମସଭା ରେ ଅନୁମୋଦନ ମିଳିଥିଲା। ଏ ନେଇ ସ୍ଥାନୀୟ ବାସିନ୍ଦା କହିଛନ୍ତି କି ମହେନ୍ଦ୍ରଗିରି ପର୍ବତମାଳା ପ୍ରତ୍ୟେକ ବର୍ଷ ଲକ୍ଷ୍ୟ ଲକ୍ଷ୍ୟ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି, ପର୍ଯ୍ୟଟକଙ୍କ ପାଇଁ ଆଉ କିଛି ସୁବିଧା କରିଥିଲେ ଭଲ ହୋଇଥାନ୍ତା କହିଛନ୍ତି।
ଘଞ୍ଚ ଜଙ୍ଗଲ ପାହାଡ ଓ ନଦନଦୀର ସମାହାରରେ ପରିପୂର୍ଣ୍ଣ ଗଜପତି ଜିଲ୍ଲାର ଏହି ପର୍ବତମାଳା ଏକଦା ଦୁର୍ଗମ ଅଞ୍ଚଳ ଭାବେ ଜଣାଶୁଣା। ପର୍ବତମାଳାର ୧୯ % ଅଂଶ ଉପରେ ସ୍ଥାନୀୟ ଜନଜାତି ନିର୍ଭର କରୁଛନ୍ତି। ବିସ୍ତୀର୍ଣ୍ଣ ଜଙ୍ଗଲରେ ପ୍ରଚୁର ଶାଳ, ପିଆଶାଳ, ଶାଗୁଆନ, ଚନ୍ଦନ,ଶିଶୁ,ଅସନ ଭଳି ବିଶାଳ ବୃକ୍ଷ ଭରି ରହିଛି। ଆହୁରି କୁହାଯାଇଛି ଯେ ରାମାୟଣ, ମହାଭାରତ ଯୁଗ ସହିତ ପ୍ରକୃତିର ଏହା ଅନନ୍ୟ ସୃଷ୍ଟି। ବିଶ୍ବର ଯେତିକି ପ୍ରକାରର ଉଦ୍ଭିଦ ଅଛନ୍ତି, ଏଥିରୁ ୪୦ % ପ୍ରଜାତିର ଉଦ୍ଭିଦ ଏହି ମହେନ୍ଦ୍ରଗିରି ପର୍ବତରେ ରହିଛନ୍ତି। ମହେନ୍ଦ୍ରଗିରି ଏଭଳି ୫ ଟି ପ୍ରଜାତିର ଗଛ ରହିଛି। ଯାହା ବିଶ୍ବରେ ଅନ୍ୟ କୌଣସି ସ୍ଥାନରେ ନାହିଁ। ଓଡ଼ିଶା ସରକାର ଏହି ସ୍ଥାନକୁ ୧୯୫୮ ରେ ଐତିହ୍ୟସ୍ଥଳୀ ଭାବେ ଘୋଷଣା କରିବା ସହ ସଂରକ୍ଷଣ ଦିଗରେ ପଦକ୍ଷେପ ନେଇଥିଲେ। କାରଣ ଏଠାରେ କୁନ୍ତୀ, ଭୀମ, ଅର୍ଜୁନ, ଯୁଧିଷ୍ଠିରଙ୍କ ପୁରାତନ ମନ୍ଦିର ରହିଛି। ଯେଉଁଠିକୁ ପ୍ରତିବର୍ଷ ଲକ୍ଷାଧିକ ଶ୍ରଦ୍ଧାଳୁ ପୂଜାର୍ଚ୍ଚନା କରିବାକୁ ଆସିଥାନ୍ତି।