ଯାହାକୁ ନେଇ ବିଜେପି ବିଧାୟକ ମାନେ ଗୃହ ମଧ୍ୟ ଭାଗକୁ ଆସି ଜୋରଦାର ପ୍ରତିବାଦ କରିଥିଲେ । ତେବେ ଶୂନ୍ୟକାଳରେ ବିରୋଧୀଙ୍କ ହଟ୍ଟଗୋଳ ଭିତରେ ମୁଖ୍ୟମନ୍ତ୍ରୀ ବିବୃତ୍ତି ରଖି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସର୍ବଦା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଦ୍ୱାରା ପରିଚାଳିତ, ଏଥିରେ ମନ୍ତ୍ରୀଙ୍କ ଆବଶ୍ୟକତା ନାହିଁ । ଅଭିଯୋଗ ଦାଖଲ ପରେ ବିଭାଗ ଅନୁଯାଇ ମନ୍ତ୍ରୀ ମାନଙ୍କ ତତ୍ୱାବଧନରେ ଏହାର ସମାଧାନ ହୁଏ । ଅଭିଯୋଗ ପତ୍ର ଗ୍ରହଣ କରିବା ପାଇଁ ହେଲିକପ୍ଟର ବ୍ୟବହାର ହୋଇଥିଲା, ଗତ ୬ ମାସ ଭିତରେ ଲୋକଙ୍କ ଅଭିଯୋଗ ଶୁଣାଣି ପାଇଁ ମାସକୁ ୧ କୋଟିରୁ ଦେଢ଼ କୋଟି ଟଙ୍କା ହେଲିକପ୍ଟର ଭଡା ଦିଆଯାଇଛି । ବିରୋଧି ଆଣିଥିବା ଅଭିଯୋଗ ସମ୍ପୂର୍ଣ ମିଥ୍ୟା, ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରାଯାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ସିଏମଙ୍କ ବିବୃତ୍ତିକୁ ନେଇ ବିରୋଧୀ ଦଳ ନେତ ପ୍ରଶ୍ନ କରିଥିଲେ, ସିଏମଓ କଣ ଜଣେ ବ୍ୟକ୍ତି ? କେବଳ ବ୍ୟକ୍ତିଗତ ସଚିବ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ କେମିତି ହେବ । ରାଜ୍ୟରେ ଗଣତନ୍ତ୍ରର ହତ୍ୟା କରି ଅଫସିର ଶାସନ ଚଳାଇଛନ୍ତି କହି ବର୍ଷିଛନ୍ତି ଜୟ ନାରାୟଣ । ସେପଟେ କଂଗ୍ରେସ କହିଛି ରାଜ୍ୟରେ ଗୁମାସ୍ତା ଶାସନ ଚାଲିଛି । ଗଣତନ୍ତ୍ରକୁ ହତ୍ୟା କରାଯାଉଛି ।
ଅନ୍ୟପଟେ ବିରୋଧୀଙ୍କ ଅଭିଯୋଗ ଉପରେ ଜବାବ ରଖିଛି ବିଜେଡି ।ତେବେ ଏଠି ପ୍ରଶ୍ନ ଉଠୁଛି, କାହାକୁ ଭୟ କରୁଛନ୍ତି ସରକାର ? କାହିଁକି ବିଜେପିର ମୁଲତବୀ ପ୍ରସ୍ତାବକୁ ଗ୍ରହଣ କରାଗଲା ନାହିଁ ? ବିଜେପି ବିଧାୟକ ମାନଙ୍କ ପ୍ରଶ୍ନ ଗୁଡିକୁ କାହିଁକି ଅଗ୍ରାହ୍ୟ କରି ଦିଆଗଲା ? ଯଦି ବିଧାୟକ ମାନେ ପ୍ରଶ୍ନ ପଚାରୁଛନ୍ତି ସରକାର ଉତ୍ତର ଦେବାରେ ଅସୁବିଧା କେଉଁଠି ? ବିରୋଧୀ ଦଳ ନେତା ଓ କଂଗ୍ରେସ ବିଧାୟକ ଦଳ ନେତା କହିବା ବେଳେ କାହିଁକି ବନ୍ଦ କରିଦିଆଗଲା ମାଇକ?
ଅଧିକ ପଢ଼ନ୍ତୁ ଓଡିଶା ଖବର: