ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ପଞ୍ଚାୟତ ଅନ୍ତର୍ଗତ ଛେଳିପଦର ଗ୍ରାମରେ ନିଜ ଘର ନିକଟସ୍ଥ କୂଅରେ ଦୁଇ ନାବାଳିକା ପାଣିରେ ଗାଧୋଇବା ପାଇଁ ଯାଇଥିବା ସମୟରେ ପାଣିରେ ବୁଢି ମୃତ ଘଟିଥିବା ସୂଚନା । ଉକ୍ତ ଗ୍ରାମର ଚନ୍ଦ୍ର ଭତ୍ରାଙ୍କ ଝିଅ ତନୁ ଭତ୍ରା (ବୟସ ୧୨) ଏବଂ ନନ୍ଦ ଭତ୍ରା ଙ୍କ ମଞ୍ଜୁଲା ଭତ୍ରା (ବୟସ ୧୨) ବୋଲି ଜଣାପଡିଛି l ସ୍କୁଲ ରୁ ଗୁରୁଦିବସ ପାଳନ ସାରି ଫେରିବା ପରେ ନିକଟସ୍ଥ କୂଅରେ ଗାଧୋଇବା ପାଇଁ ଯାଇଥିଲେ ଦୁଇ ନାବାଳିକା l କୋଷଗୁମୁଡା ଅଗ୍ନିସମ ବିଭାଗ ଏବଂ ପୋଲିସ ପହଂଚି ଶବ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ କୋଷାଗୁମୁଡା ଡାକ୍ତରଖାନା ପଠାଯାଇଛି l
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଗଣେଶ ଭସାଣିରେ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । କଟକ ଖୁଣ୍ଟୁଣି ଧୁରୁଷିଆ ଗାଁରେ ଗଣେଶ ଭସାଣି ବେଳେ ଛୁରା ମାଡ଼ । ଛୁରା ମାଡ଼ରେ ଜଣେ ମୃତ 4 ଜଣ ଗୁରୁତର ଥିବା ସୂଚନା । ଗାଁରେ ଗଣେଶ ଭସାଣ ଚାଲିଥିବା ବେଳେ ଦୁଇଟି ମେଢ ମୂହାଁମୂହିଁ ହେବା ସହ 2 ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ଓ ପରେ ଛୁରା ମାଡ଼ ହୋଇଥିଲା । ଗୁରୁତରଙ୍କୁ ପ୍ରଥମେ ବ୍ରହୁପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଜଣକର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ସେହି ଗ୍ରାମର ସୂର୍ଯ୍ୟକାନ୍ତ ସାମଲ । ସୁରକ୍ଷା ପାଇଁ ଧୁରୁଷିଆ ଗାଁରେ ପୋସିଲ ଫୋର୍ସ ମୁତୟନ ।
ଅଧିକ ପଢନ୍ତୁ ଓଡିଶା ଖବର
ଅର୍ଗସ ବ୍ୟୁରୋ : ଚୋରି କରିବାକୁ ଯାଇ ଦମ୍ପତିଙ୍କୁ ହାଣିଲା ଦୁର୍ବୁତ୍ତ । ବଡ଼ବଜାର ଥାନା ଅନ୍ତର୍ଗତ ଗୌଡ଼ ସାହିରେ ସମୟରେ କିଛି ଦୁର୍ବୁତ୍ତ ସତୀଶଙ୍କ ଘରର ଛାତ ଉପରକୁ ଯାଇ ଘରର ଲୁହା ଗ୍ରିଲ୍ କାଟି ଘର ଭିତରକୁ ପ୍ରବେଶ କରୁଥିବା ବେଳେ ସତୀଶ ଓ ତାଙ୍କର ସ୍ତ୍ରୀଙ୍କ ନିଦ ଭାଙ୍ଗିଯାଇଥିଲା । ଏ ନେଇ ସତୀଶ କିଏ କିଏ ବୋଲି ପାଟି କରିବାରୁ ଦୁର୍ବୁତ୍ତମାନେ ସତୀଶକୁ ଆକ୍ରମଣ କରିଥିଲେ। ଏହା ଦେଖି ତାଙ୍କର ସ୍ତ୍ରୀ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ ଦୁର୍ବୁତ୍ତ । ଘଟଣାକୁ ନେଇ ସତୀଶ ବଡ଼ ବଜାର ଥାନାର ଦ୍ୱାରସ୍ଥ ହୋଇଥିଲେ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ଘଟଣା ସ୍ଥଳରେ ପୁଲିସ ତଦନ୍ତ ଜାରି ରହିଛି ।
ଅଧିକ ପଢନ୍ତୁ ଓଡିଶା ଖବର