ଅଧିବେଶନରେ ଷ୍ଟାର ପ୍ରଶ୍ନ ରହିବ । ଶନିବାର ବିଧାନସଭା ଚାଲିବ । ସାଢ଼େ ୧୦ଟାରୁ ଆରମ୍ଭ ହୋଇ ସାଢେ ଗୋଟାଏ ଓ ଅପରାହ୍ନରେ 4ଟାରୁ 6 ଟା ଯାଏ ଗୃହ କାର୍ଯ୍ୟ ଚାଲିବ । ଦିନକୁ 5 ଘଣ୍ଟା ହେବ ଗୃହ କାର୍ଯ୍ୟ । ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହେବ । ବିଜେପି 4ଟି ଓ କଂଗ୍ରେସ 2ଟି ମୁଲତବୀ ପ୍ରସ୍ତାବ ଆଣିପାରିବେ । ଗତଥର ଭଳି ବିଧାୟକ ମନ୍ତ୍ରୀ ବସିକି କିମ୍ବା ଠିଆ ହୋଇ ଉତ୍ତର ରଖିପାରିବେ ।
ବିଧାୟକମାନେ ଓକାକ ବିଲ୍ଡିଂ, ଲୋକସେବା ଭବନ ଓ ଅନ୍ୟ ସ୍ଥାନରେ ଭିସି ମାଧ୍ୟମରେ ବି ବସି ପାରିବେ । ହାଉସରେ କୌଣସି କାଗଜ ଦିଆଯିବନି । ବିରୋଧୀ ଦଳ ନେତା ହସ୍ପିଟାଲରେ ଥିବାରୁ ସେ ଚାହିଁଲେ ଭିଡିଓ କନ୍ଫରେନ୍ସିଂରେ ଯୋଗ ଦେଇ ପାରିବେ । ମୁଲତବୀ ଆଲୋଚନ ବେଳେ ବିରୋଧୀ ଦଳ 55 ମିନିଟ, ସରକାରୀ ଦଳ 35 ମିନିଟ୍ କହିବେ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।