ନବ ଦାସଙ୍କ ମୃତ୍ୟୁକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା । କାହିଁକି ନବ ଦାସଙ୍କୁ ହତ୍ୟା କଲା ଗୋପାଳ । କଣ ରହିଛି ଏହା ପଛରେ ରହସ୍ୟ । ଏମିତି ଅନେକ ପ୍ରଶ୍ନ ଏବେ ରାଜ୍ୟବାସୀଙ୍କ ମନରେ ଉଙ୍କି ମାରୁଛି । ସେପଟେ ଏହି ଘଟଣାର ତଦନ୍ତ କରୁଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା । ଯାହାକୁ ନେଇ ବିରୋଧୀ ଉଠାଇଛନ୍ତି ଅନେକ ପ୍ରଶ୍ନ ।
ନୟଗାଡର ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ତଦନ୍ତ ଦାୟିତ୍ୱ ନେଇଥିଲେ ଅରୁଣ ବୋଥ୍ରା । ସେ ସମୟରେ ସେ ସାମ୍ବାଦିକ ସମ୍ମିଳନୀରେ ପରୀ ହତ୍ୟା ମାମଲାର ଖୁଲାସା କରିଥିଲେ । ଯେଉଁଥିରେ ଜାମୁକୋଳି ଗଛକୁ ନେଇ କିଛି ଖୁଲାସା କରିଥିଲେ ଅରୁଣ ବୋଥ୍ରା । ତେବେ ଏବେ ସେହି ଘଟଣାର ପୁନରାବୃତ୍ତି ହେବ ନା ଆଉ କିଛି ଶୁଣିବାକୁ ମିଳିବ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି ।
ଅନ୍ୟପଟେ କ୍ରାଇମବ୍ରାଞ୍ଚଙ୍କୁ ତଦନ୍ତ ଭାର ଦେଇ ମାମଲାକୁ ଚାପିବାକୁ ଉଦ୍ୟମ କରାଯାଉଛି । ପରୀ ହତ୍ୟାକାଣ୍ଡ ମାମଲାକୁ ଚାପିବାକୁ ଚେଷ୍ଠା କରିଥିବା ବୋଥ୍ରାଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି । ନବ ଦାସ ଜଣେ କ୍ୟାବିନେଟ ମନ୍ତ୍ରୀ ସହ ଆର୍ଥିକ ଓ ରାଜନୈତିକ ପତିଆରା ଥିବା ବ୍ୟକ୍ତି ଥିଲେ । ତେଣୁ ଏହି ହତ୍ୟାକାଣ୍ଡ ପଛରେ ସାଙ୍ଘାତିକ ଷଡଯନ୍ତ୍ର ହୋଇଛି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ ।