ସରକାରୀ ସୁବିଧା କହିଲେ ଜଣକ ପିଛା ୫ କେଜି ଲେଖାଏଁ ୨୫ କେଜି ଚାଉଳରେ ଯେନତେନ ପ୍ରକାରେ ଗୁଜୁରାଣ ମେଣ୍ଟାଉଛନ୍ତି ଏହି ପରିବାର । ଜାତୀୟ ପରିବାର ମଙ୍ଗଳ ଯୋଜନାରେ ମଧ୍ୟ ମିଳିପାରିନାହିଁ ସହାୟତା । ପଞ୍ଚାୟତର କୌଣସି ଅସ୍ଥାୟୀ କାମରେ ନିଯୁକ୍ତି କରିବାକୁ ଏବଂ ବିଧବା ଭତ୍ତା କରିବାକୁ ପ୍ରଶାସନ ପାଖରେ ଦ୍ୱାରସ୍ଥ ହୋଇଛନ୍ତି କିନ୍ତୁ ଫଳ ଶୂନ । ୪ ଝିଅ ଙ୍କୁ ପାଠପଢା ସୁବିଧା ସାଙ୍ଗକୁ ରେଡକ୍ରସ ଫଣ୍ଡରୁ କିଛି ଆର୍ଥିକ ସାହାର୍ଯ୍ୟ ଦେଲେ ପରିବାର ଉପକୃତ ହେବେ ବୋଲି ଗ୍ରାମବାସୀ କହିଛନ୍ତି । ଅନ୍ୟ ପଟେ ବଙ୍ଗୋମୁଣ୍ଡା ବିଡିଓ କହିଛନ୍ତି ଯେ,ବର୍ତ୍ତମାନ ତାଙ୍କର ବିଧବା ଭତ୍ତା ଗ୍ରାଣ୍ଟ ହୋଇଯାଇଛି। ଶୀଘ୍ର ତାଙ୍କୁ ପ୍ରଦାନ କରାଯିବ । ଏଥିସହ ପରିବାରକୁ ଭେଟିବା ପରେ ସେମାନେ ରାଜି ହେଲେ ଝିଅ ମାନଙ୍କୁ ମଧ୍ୟ ବାହାରେ ପଢାଇବାର ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି । ତେବେ ଶୀଘ୍ର ଏହି ପରିବାରକୁ ପ୍ରଶାସନ ପକ୍ଷରୁ ତଦନ୍ତ କରି ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରିବା ପାଇଁ ସାଧାରଣରେ ଦାବି କରିଛନ୍ତି ।

ଅର୍ଗସ ବ୍ୟୁରୋ: ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝରିଆଲ ପଞ୍ଚାୟତ ବାହାବଲ ଗାଁ । ଗାଁରେ ରୁହନ୍ତି ମୃତକ ନରହରି ବାଗଙ୍କ ପତ୍ନୀ ପୁଷ୍ପାଞ୍ଜଳି ବାଗ । ୪ ଝିଅଙ୍କ ସହ ସୁରୁଖୁରୁ ରେ କାଳ କାଟୁଥିଲେ । ହେଲେ ଗତ ନୂଆଖାଇଁ ଆଗରୁ ନରହରି ଙ୍କ ହଠାତ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ଛତିଶଗଡ ରାଜ୍ୟ ର ରାୟପୁରଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଗଲା । ଆଉ ଏହି ପରିବାର ଉପରେ ଚଡକ ପଡିଗଲା । ୪ ଗୋଟି ଛୁଆଁ ଙ୍କ ମୁହଁରେ ଆହାର ଦେଇ ତାଙ୍କୁ ପାଠ ପଢାଇବା ଏକାକି ପୁଷ୍ପାଞ୍ଜଳି ଙ୍କ ପାଇଁ ସହଜ ନ ଥିଲା । କାରଣ ଦୈନିକ ମଜୁରି ଲାଗି ପରିବାର ପୋଷୁଥିବା ପୁଷ୍ପାଞ୍ଜଳିଙ୍କ ପାଇଁ ଏ ସବୁ ଥିଲା ନିହାତି ଅସମ୍ଭବ । ଅନ୍ନ ଯୋଗାଉଥିବା ମୁଖ୍ୟଙ୍କ ମୃତ୍ୟୁ ପରେ ଚିନ୍ତାରେ ପଡିଯାଇଛନ୍ତି ପୁରା ପରିବାର ।
ଅଧିକ ଓଡ଼ିଶା ଖବର ପଢ଼ନ୍ତୁ
