ବେଆଇନ ଭାବେ ବାଣ ତିଆରି ଚାଲିଥିବା ପ୍ରଶାସନ ସ୍ବୀକାର କରିଥିବା ବେଳେ ଅଘଟଣକୁ ଗମ୍ଭୀରତାର ସହ ନିଆଯାଇଥିବା କହିଛନ୍ତି ଅଗ୍ନିଶମ ବିଭାଗ ଡିଜି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଆଉ କେତେ ଜୀବନ ଗଲା ପରେ ଚେତିବେ ସରକାର ? କେବେ ବେଆଇନ ବାଣ ତିଆରି ଉପରେ ଲାଗିବ କଟକଣା ।
ଅଘଟଣ ପରେ ପ୍ରଶାସନର ନିଦ ଭାଙ୍ଗିଲା

ଅର୍ଗସ ବ୍ୟୁରୋ : ଅଘଟଣ ପରେ ପ୍ରଶାସନର ନିଦ ଭାଙ୍ଗିଲା। ଖୋର୍ଦ୍ଧା ଭୂଷଣ୍ଡପୁର ବାଣ ବିସ୍ଫୋରଣରେ ୫ ଜଣଙ୍କ ମୃତ୍ୟୁ ପରେ ବିଭିନ୍ନ ସ୍ଥାନରେ ଚାଲିଛି ରେଡ୍ । ନିରାକାରପୁର ପୋଲିସ ଚଢାଉ କରି ବିପୁଳ ପରିମାଣର ବାଣ ଜବତ କରିଛି। ଜଣଙ୍କୁ ଅଟକ ରଖାଯାଇଛି । ଡିଆ ଗ୍ରାମପଞ୍ଚାୟତ ଭୋଇସାହିରେ ଚଢ଼ାଉ କରି ବିପୁଳ ବାଣ ଜବତ ହୋଇଛି । ଗତକାଲି ଭୂଷଣ୍ଡପୁର ବାଣ ବିସ୍ଫୋରଣରେ ୫ ଜଣଙ୍କ ଜୀବନ ଯାଇଥିଲା। ଘଟଣାରେ ପୋଲିସ ତଦନ୍ତ ପ୍ରକ୍ରିୟା ଜାରି ରଖିଛି ।
Download Argus News App
