ଜିଲ୍ଲାର ବିଭିନ୍ନ ସ୍ଥାନରେ ପର୍ଯ୍ୟଟନର ବିକାଶ ପାଇଁ ତତ୍କାଳୀନ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଅବସର ଗ୍ରହଣ ପୂର୍ବରୁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ସମ୍ପାଦନ କରିଥିଲେ ।ସେଥିମଧ୍ୟରୁ ଜଗତି ହନୁମାନ ମନ୍ଦିର ପରିସରରେ 5ଲକ୍ଷ ଟଙ୍କା ବିନିମୟରେ ପାର୍କ ନିର୍ମାଣ ହୋଇଥିଲା ତାହା ରକ୍ଷଣାବେକ୍ଷଣ ଅଭାବରୁ ଗଛ ସବୁ ମରିଯାଇଛି, କେଇଟା ସିମେଣ୍ଟ ଚୌକି ପଡିଥିବା ବେଳେ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ତାହା ମଧ୍ୟ ଭାଙ୍ଗି ଯାଇଛି । ନୌକା ବିହାର ଓ ପାର୍କ ନିର୍ମାଣ ଦିନଠୁ କୋମାରେ ପଡିଛି। ନୌକା ସବୁ ପାଣିରେ ନ ଭାସି ଏବେ ବାହାରେ ବିନା ପାଣିରେ ଭାସୁଛି ।ତେବେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ନୌକା ବିହାର କାର୍ଯ୍ୟ ସମ୍ପାଦନ ହୋଇଥିଲା କିନ୍ତୁ ତାହା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି । ଖାଲି ସେତିକି ନୁହେଁ ରାସ୍ତାକାମ ମଧ୍ୟ ଠିକ ସେ ହୋଇନଥିବା ଦେଖିବାକୁ ମିଳିଛି।
ଅଧିକ ଓଡ଼ିଶା ଖବର ପଢ଼ନ୍ତୁ