ଏଥିରେ ଭାଗନେଇଥିଲେ ୫୦ଟି ଟ୍ରୁପ୍। ଗଣତନ୍ତ୍ର ଦିବସରେ ରାଜ୍ୟପାଳ ପ୍ରଫେସର୍ ଗଶଣଶୀ ଲାଲ୍ ପରେଡରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଭିବାଦନ ଗ୍ରହଣ କରିବେ। ଏଥିପାଇଁ କମିସନେରଟ୍ ପୁଲିସ କଡ଼ା ସୁରକ୍ଷା ବନ୍ଦୋବସ୍ତ କରିଛି। ପାଖାପାଖି ୨୩ ପ୍ଲାଟୁନ୍ ଫୋର୍ସ ପରେଡ୍ ଉତ୍ସବରେ ନିୟୋଜିତ ହେବେ। ଏହି ଅବସରରେ ପୁଲିସ ଡିଜି ସୁନୀଲ କୁମାର ବଂଶଲ ଓ ପୁଲିସ କମିସନର୍ ସୌମେନ୍ଦ୍ର ପ୍ରିୟଦର୍ଶୀ ଉପସ୍ଥିତ ଥିଲେ। କରୋନା କଟକଣା ଯୋଗୁ ଦୁଇ ବର୍ଷ ହେଲା ସାଧାରଣତନ୍ତ୍ର ଦିବସ ପରେଡ୍ ବନ୍ଦ ଥିଲା।
ଦୁଇ ବର୍ଷ ପରେ ବିନା କଟକଣାରେ ଅନୁଷ୍ଠିତ ହେବାକୁ ଯାଉଛି ସାଧାରଣତନ୍ତ୍ର ଦିବସ ପରେଡ୍

ଭୁବନେଶ୍ୱର: ଦୁଇ ବର୍ଷ ପରେ ବିନା କଟକଣାରେ ଅନୁଷ୍ଠିତ ହେବାକୁ ଯାଉଛି ସାଧାରଣତନ୍ତ୍ର ଦିବସ ପରେଡ୍। ଏଥିଲାଗି ଆଜି ସକାଳୁ ପୁଲିସ ଗାନ୍ଧୀମାର୍ଗରେ ଫୁଲ୍ ଡ୍ରେସ୍ ପରେଡ୍ ରିହର୍ସାଲ ଆରମ୍ଭ ହୋଇଛି। ସାଧାରଣତନ୍ତ୍ର ଦିବସ ପାଇଁ ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଫୁଲ ଡ୍ରେସ୍ ରିହର୍ସାଲ ହୋଇଥିଲା।
Download Argus News App
