ସହାୟତା ଅପେକ୍ଷାରେ ଅକ୍ଷୟ ...
ମୟୂରଭଞ୍ଜ : ପୁଣି ଏକ ଦନ୍ତାହାତୀର ମୃତଦେହ ଠାବ । ମୟୂରଭଞ୍ଜ ଜିଲ୍ଲା ପୋଡାଡିହା ରେଞ୍ଜ ସାନଜୁନପାଳ ଦଲକୀ ନାଳ ନିକଟରୁ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର କରାଯାଇଛି । ମୃତ ହାତୀଟିର ଗୋଟିଏ ଦାନ୍ତ ରହିଥିବା ବେଳେ ଅନ୍ୟ ଦାନ୍ତ ନଥିବା ଦେଖାଯାଇଛି । ହାତୀର ମୁଣ୍ଡରେ ଗଭୀର କ୍ଷତ ରହିଛି । 5 ଦିନ ପୂର୍ବରୁ ହାତୀଟି ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି ।
ତେବେ ଦୁଇ ଗୋଟି ଦନ୍ତାହାତୀର ଲଢେଇ ପରେ ଏହି ହାତୀଟି ଗୁରୁତର ହୋଇଥିଲା । ଦୀର୍ଘ ଦିନ ହେବ ବନବିଭାଗ ନିରୀକ୍ଷଣରେ ହାତୀଟିକୁ ରଖାଯାଇଥିଲା ବୋଲି ବନବିଭାଗ କହିଛି । ସେପଟେ ସପ୍ତାହେ ମଧ୍ୟରେ ଦୁଇ ଦୁଇଟି ଦନ୍ତାହାତୀର ମୃତଦେହ ଠାବ ହେବା ଘଟଣା ସ୍ଥାନୀୟ ବନବିଭାଗର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।