ଯିଏ ଆରମ୍ଭରୁ ଦଳର ପ୍ରତିଷ୍ଠାତା ସଭାପତି, ସିଏ ଆଉ ନିଜ ଦଳର ସମ୍ବିଧାନର ପୃଷ୍ଠା ନ ଓଲଟାଇ ପଢିବାକୁ ସମୟ ପାଉଛନ୍ତି କି ?
କଣ ପାଇଁ ଦଳ ତିଆରି ହୋଇଥିଲା, ଆଜି ତାହା କେଉଁ ଅବସ୍ଥାରେ ଯାଇ ପହଞ୍ଚିଲାଣି ? ତାକୁ ତର୍ଜମା କରିବାକୁ କଣ ସେହି ଦଳରେ କେହି ନାହାନ୍ତି ?
ଯିଏ ଏ କଥା ମନେ ପକାଇ ଦେଲା, ସେ ହୋଇଯାଉଛି ଦଳ ବିରୋଧୀ... ତେବେ ପ୍ରଶ୍ନ କାହା ଉଦ୍ଦେଶ୍ୟରେ ଭର୍ତ୍ତୃହରିଙ୍କ ଏ ବାଣ?
ସେପଟେ ଭର୍ତ୍ତୃହରିଙ୍କ ଆର୍ଟିକିଲକୁ ନେଇ ରାଜନୈତିକ ବୟାନବାଜି ମଧ୍ୟ ଜୋର ଧରିଛି । ବିଜେପି କହିଛି, ଶାସକ ଦଳ ସାଂସଦ ଯାହା ଲେଖିଛନ୍ତି, ସମ୍ପୂର୍ଣ୍ଣ ସତ୍ୟ । ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲାବେଳେ ତାଙ୍କୁ ନେତାମାନେ ଘେରି ବସୁଥିଲେ । କିନ୍ତୁ ବର୍ତ୍ତମାନ ସଚିବ ବସୁଛନ୍ତି ତାଙ୍କ ଚାରିପଟେ ନେତା ଓ ପୂର୍ବତନ ମନ୍ତ୍ରୀ ଘେରି ବସୁଛନ୍ତି । ନବୀନଙ୍କ ଚରିତ୍ର ସମ୍ପୂର୍ଣ୍ଣ ଭାବେ ପରିବର୍ତ୍ତନ ହୋଇଛି ବୋଲି ବିଜେପି କହିଛି । ଏଠି ସଚିବ ଭିତରେ ବସୁଛନ୍ତି । ଆଉ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବବି ଦାସ ବାହାରେ ଦ୍ବାରାପାଳ ଭଳି ଜଗି ରହୁଛନ୍ତି ।
ସେପଟେ ବିଜେଡ଼ି କହିଛି, ଯିଏ ଦଳର କ୍ଷତି କଥା ଚିନ୍ତା କରେ, ସେ ଏଭଳି କୁହେ । ଏ ସବୁ ଭର୍ତ୍ତୃହରିଙ୍କ ବ୍ୟକ୍ତିଗତ ମତ । ଦଳ ଯେଉଁଠି ଥିଲା ସେଇଠି ଅଛି । ବରଂ ଆହୁରି ଉନ୍ନତି କରିଛି ବୋଲି ଜବାବ ଦେଇଛି ବିଜେଡ଼ି ।
ରାଜ୍ୟରେ ସରକାର କିଏ ଚଲାଉଛି ବୋଲି ହୁରି ପଡ଼ିଛି । ଗାଁ ଦାଣ୍ଡ ଠାରୁ ଆରମ୍ଭ କରି ବିଧାନସଭା ଯାଏଁ 5Tର ଅସ୍ତିତ୍ବକୁ ନେଇ ପ୍ରଶ୍ନ ଉଠୁଛି । ପ୍ରକୃତରେ ବିଜେଡ଼ିର ରିଙ୍ଗ୍ ମାଷ୍ଟର କିଏ ? ରାଜ୍ୟର ହାଲଚାଲ ବିଷୟରେ ନବୀନ କିଛି ଜାଣୁଛନ୍ତି କି ନାହିଁ?
ଆହୁରି ପଢନ୍ତୁ ରାଜନୀତି ଖବର...