ଅଧିକ ପଢନ୍ତୁ : ୧୦ଟି ଗୋରୁ ଜବତ, ଗାଡି ନେଇ ଫେରାର ମାଫିଆ
ବଜରଙ୍ଗ ଦଳର ସଦସ୍ୟ ମାନେ ପୋଲିସ କୁ ସୂଚନା ଦେବାରେ ଜଂକିଆ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡିଟିକୁ ଜବତ କରି ତଦନ୍ତ ଜାରି ରଖିଛି।ଅଭିଯୁକ୍ତ ଜଣଙ୍କ ଟାଗିଂ ଥାନା ଉଦୟଗିରି ଗ୍ରାମର ଅଜୟ ପ୍ରଧାନ।ଜବତ ଗୋରୁ ଗୁଡିକ ଗୋଶାଳାରେ ଛଡାଯିବ ବୋଲି ପୋଲିସ ସୂଚନା ଦେଇଛି।ପ୍ରତିଦିନ ଏଭଳି ଭାବରେ ଶହଶହ ଗୋରୁ ବେଆଇନ ଭାବରେ ରାଜ୍ୟ ବାହାରକୁ ଚାଲାଣ କରାଯାଉଥିବା ବେଳେ ପୋଲିସ ପ୍ରଶାସନ ଗୋଚାଲାଣ କୁ ଚୋକିବାରେ ସଂପୂର୍ଣ୍ଣ ବିଫଳ ହୋଇଛି।ଗୋଚାଲାଣ ରେ ଧରାପଡୁଥିବା ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ବଜରଙ୍ଗ ଦଳର ସଦସ୍ୟ ମାନେ।