କ୍ଲିନ ବୋଲ୍ଡ ହେବେ ଦିଦି...
ଗଞ୍ଜାମ: ପୁଣି ଶବକୁ ଅସମ୍ମାନ । ମୃତଦେହକୁ ମିଳିଲାନି ମହାପ୍ରୟାଣ ଗାଡି। ଶେଷରେ ଶବକୁ ବାଇକରେ ବସାଇ ଘରକୁ ନେଲେ ପରିବାର ଲୋକ । ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦଠାରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଜିରାବାଡ଼ି ଗାଁର ନୀଳ ମାଧବ ପ୍ରଧାନ ଚାହା ପିଇବା ପାଇଁ ବଜାରକୁ ଆସିଥିଲେ, ତେବେ ହଠାତ ଛାତିରେ ଯନ୍ତ୍ରଣା ହେବାରୁ ତଳେ ପଡି ଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ମେଡିକାଲରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ପରିବାର ଲୋକେ ମହାପ୍ରୟାଣ ଗାଡିରେ ଶବ ନେବାକୁ ଡାକ୍ତରଙ୍କୁ କହିଥିଲେ । କିନ୍ତୁ ଡାକ୍ତର ମହାପ୍ରୟାଣ ଗାଡିର ସୁବିଧା ନଥିବା କହିଥିଲେ । ମୃତକଙ୍କ ସମ୍ପର୍କୀୟ ଘରୋଇ ଆମ୍ବୁଲାନ୍ସ, ଅଟୋକୁ ଯୋଗାଯୋଗ କରିଥିଲେ କିନ୍ତୁ ଶବ ନବା ପାଇଁ ଗାଡି ନମିଳିବାରୁ ବାଧ୍ୟ ହୋଇ ବାଇକରେ ବସାଇ ଘରକୁ ଆଣିଥିଲେ । ତେବେ ଏ ନେଇ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।