ଚଳିତ ବର୍ଷ ଏପ୍ରିଲ ୧୬ରେ ମଧ୍ୟ ବିଏମସି କେଶରୀ ମଲରେ ରାତିରେ ନିଆଁ ଲାଗିଥିଲା । ପ୍ରଥମେ ଗୋଟିଏ ଦୋକାନରେ ନିଆଁ ଲାଗି ଅନ୍ୟ ଦୋକାନମାନଙ୍କୁ ବ୍ୟାପିଥିଲା । ତେବେ ରାତି ପ୍ରାୟ ସାଢ଼େ ୧୧ଟାରେ ସଟ୍ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡରେ ଏକାଧିକ ଦୋକାନ ଜଳିଯାଇଥିଲା।
ପ୍ରଥମ ଓ ଦ୍ୱିତୀୟ ମହଲାରେ ଲାଗିଛି ନିଆଁ

ଭୁବନେଶ୍ୱର : ଭୁବନେଶ୍ୱର କେଶରୀ ମଲ୍ରେ ପୁଣି ଅଗ୍ନିକାଣ୍ଡ ଘଟିଛି। ପ୍ରଥମ ଓ ଦ୍ୱିତୀୟ ମହଲାରେ ନିଆଁ ଲାଗିଥିବା ସୂଚନା । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛି ଅଗ୍ନିଶମ ବାହିନୀ । ମଲ୍ରେ ନିଆଁ ଲାଗିବା ପରେ ଲୋକମାନଙ୍କ ପାଇଁ ମଲ୍ ବନ୍ଦ ରଖା ଯାଇଛି । ଘଟଣାର ତଦନ୍ତ ହେବ ବୋଲି କହିଲେ ମେୟର ସୁଲୋଚନା ଦାସ।
Download Argus News App
