ଅଧିକ ପଢନ୍ତୁ : ଭୟାବହ ଅଗ୍ନିକାଣ୍ଡ, ଘର ପୋଡି ଭସ୍ମୀଭୂତ
ଅଗ୍ନିକାଣ୍ଡ ଖବର ପାଇ ପିପିଲି ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଆୟତ କରିଥିବା ବେଳେ ସେପଟେ ପ୍ରଦୀପ ପିପିଲି ଥାନାରେ ଏହି ଘଟଣାର ଲିଖିତ ଅଭିଯୋଗ କରିଛନ୍ତି । ତେବେ ପିପିଲି ପୋଲିସ ଘଟଣାସ୍ଥଳରେ ପହଂଚି ଉକ୍ତ ଘଟଣା କୁ ଗୁରୁତର ସହ ନେଇ ଅନୁସନ୍ଧାନ ଜାରୀ କରିବା ସହ ଥାନାରେ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ଅଭିମନ୍ୟୁ ନାୟକ କହିଛନ୍ତି । ଏପଟେ ଗ୍ରାମ ରେ ଏଭଳି ବାରମ୍ବାର ଅଗ୍ନିକାଣ୍ଡ ଘଟଣା କୁ ନେଇ ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ ଗ୍ରାମ ରେ ଏଭଳି ଅଗ୍ନିକାଣ୍ଡ ର ଭୟ ବାତାବରଣ ଖେଳିଯାଇଛି। ପିପିଲି ଥାନା ରେ ଏଭଳି ଅଭିଯୋଗ ବାରମ୍ବାର ଦିଆଯାଉଥିବା ସତ୍ୱେ ପିପିଲି ପୋଲିସର ନିସ୍କ୍ରିୟତା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ସୂଚନା ଥାଉ କି ଗତ ୨୦୨୨ ମସିହା ଅକ୍ଟୋବର ୧୬ତାରିଖ ବିଳମ୍ବିତ ରାତିରେ ଉକ୍ତ ଧନପୁର ଗ୍ରାମର ସୁର୍ଯ୍ୟକାନ୍ତ ନାୟକ ଙ୍କ ଏକ କାରରେ କେହି ଦୁର୍ବୁତ ନିଆଁ ଲଗାଇଥିବା ବେଳେ ପୁଣି ଗତ୧୭ ତାରିଖ ବିଳମ୍ବିତ ରାତିରେ ସେହି ଗ୍ରାମର ଅମିୟ କୁମାର ବେହୁରାଙ୍କ ବିରି ଗଦା ରେ କେହି ନିଆଁ ଲାଗାଇ ଦେଇଛନ୍ତି। ସେହି ଭଳି ଗତ ୧୮ତାରିଖ ବିଳମ୍ବିତ ରାତିରେ ତାଙ୍କ ଭାଇ ଅମୁଲ୍ୟ କୁମାର ବେହୁରା ଙ୍କ ଟାଟାଏସି କାରରେ କେହି ଦୁର୍ବୁତ ନିଆଁ ଲଗାଇଥିବା ବେଳେ ଗତକାଲି ପୁଣି ପ୍ରଦୀପଙ୍କ ଚାନ୍ଦୁଆ ୱାର୍କସପ ରେ ଅଗ୍ନିକାଣ୍ଡ ସମସ୍ତ ଗ୍ରାମବାସୀ ଙ୍କୁ ଭୟଭୀତ କରୁଛି। ତେବେ ଉପଯୁକ୍ତ ତଦନ୍ତ କରାଯାଇ ତୁରନ୍ତ ନିଆଁ ଲଗାଉଥିବା ବ୍ୟକ୍ତି କୁ ଧରି ତା ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଧାନପୁର ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।