ଅଧିକ ପଢ଼ନ୍ତୁ: ଆଜିଠୁ ପୁଣି ତାତିବ ବିଧାନସଭା
1. ଏସସିବି ମେଡ଼ିକାଲ ବୋର୍ଡ , ଗୋପାଳ ପାଗଳ ନୁହେଁ ବୋଲି କହିବା ପରେ ବି କାହିଁକି ତାକୁ ନିମହାଂସ ନେବାକୁ ଚାହୁଁଛି ତଦନ୍ତକାରୀ ସଂସ୍ଥା ?
2. ଗୋପାଳକୁ ପାଗଳ ସାବ୍ୟସ୍ତ କରିବା ପାଇଁ କାହିଁକି ଚାହୁଁଛନ୍ତି ସରକାର ?
3. ଏସସିବି ମେଡ଼ିକାଲକୁ ସରକାର ବିଶ୍ବସ୍ତରୀୟ କହୁଥିବା ବେଳେ କାହିଁକି ତାକୁ ହିଁ ବିଶ୍ଵାସ କରୁ ନାହାନ୍ତି ?
4. ଓଡ଼ିଶା ସରକାର କେନ୍ଦ୍ର ସରକାରକୁ ଯେଉଁ ଚିଠି ଲେଖିଛନ୍ତି FBI ର ସାହାଯ୍ୟ ନେବାକୁ ସେ ଚିଠିକୁ କାହିଁକି ଗୃହରେ ଉପସ୍ଥାପିତ କରାଯାଉ ନାହିଁ ? ଆଉ ଏହି ଚିଠି ଉପସ୍ଥାପିତ କରିବେ କି ସରକାର ?
5. ହାଇକୋର୍ଟର ମନିଟରିଂ କରିବା ପାଇଁ ସରକାରଙ୍କ ପକ୍ଷରୁ ଯେଉଁ ଚିଠି ଲେଖା ଯାଇଛି ତାହା ଉପସ୍ଥାପିତ କରିବେ କି ସରକାର ?
ଆହୁରି ପଢ଼ନ୍ତୁ: ନବ ଦାସଙ୍କ ହତ୍ୟାକୁ ଏକ ମାସ ବିତିଗଲା ତଥାପି ସତ୍ୟ ସାମ୍ନାକୁ ଆସିଲା ନାହିଁ : ଟଙ୍କଧର ତ୍ରିପାଠୀ
ପୋଲିସ ଏଏସଆଇ ଗୋପାଳ ଦାସ ଗୁଳିରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ମୃତ୍ୟୁ ଘଟିଲା । ତେବେ ଗୋପାଳ କାହିଁକି ଓ କଣ ପାଇଁ ଗୁଳି ମାରିଲା ଏହାକୁ ନେଇ ଅନେକ ପ୍ରଶ୍ନ ଛିଡା ହୋଇଛି । ସେପଟେ ବିଧାନସଭାର ବଜେଟ ଅଧିବେଶନରେ ନବ ହତ୍ୟା ପ୍ରସଙ୍ଗକୁ ନେଇ ଜୋରସୋର ଆଲୋଚନା ଚାଲିଛି । ହେଲେ ଏବେବି ରହସ୍ୟ ଭିତରେ ରହିଯାଇଛି ନବ ଦାସ ହତ୍ୟାକାଣ୍ଡ ଘଟଣା । ବିରୋଧୀ ଆଜି ଏହି ପ୍ରଶ୍ନ ଉଠାଇଥିବା ବେଳେ ଶାସକ ବିଜେଡି କହିଛି ତଦନ୍ତ ସଠିକ୍ ବାଟରେ ଯାଉଛି ।
ନବ ଦାସ ହତ୍ୟା ଘଟଣାରେ ବିବାଦରେ ବଡ ବଡ ମୁଣ୍ଡ । ବିଭିନ୍ନ ସମୟରେ ବିରୋଧୀ ଅନେକ ଅଭିଯୋଗ ଆଣୁଛନ୍ତି । ହେଲେ ରାଜ୍ୟର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ କେବଳ ଗୋପାଳ ପରିକ୍ରମା କରି ତଦନ୍ତକୁ ଆଗେଇ ନେଉଛି । ଆଉ ଘଟଣାକୁ 50 ଦିନ ବିତିଗଲା ପରେ ବି ରହସ୍ୟ ଭିତରେ ରହିଯାଇଛି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ମୃତ୍ୟୁ ।