ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିଲେ ମଧ୍ୟ ଏଠାରେ କୃଷକଙ୍କ ପରିସ୍ଥିତି ନ କହିଲେ ଭଲ । ଚାଷୀଙ୍କ ଆୟ ମାମଲାରେ ଓଡ଼ିଶା ଦେଶରେ ତଳୁ ଆଡ଼ୁ ଦୁଇ ନମ୍ବର । ନା ମାର୍କେଟ୍, ନା ଶୀତଳଭଣ୍ଡାର ନା ଫୁଡ୍ ପ୍ରୋସେସିଂ ୟୁନିଟ୍ । ଚାଷୀଙ୍କ ପାଇଁ ହାହାକାର ପରିସ୍ଥିତି । ତେଣପ କୃଷି ଉଡାଣ ଯୋଜନା ୨.୦ ଏବେ ହୁଏତ ଚାଷୀଙ୍କ ମୁହଁରେ ହସ ଫୁଟାଇବ । ମୁଖ୍ୟତଃ ପାହାଡିଆ, ଉତ୍ତର-ପୂର୍ବ ରାଜ୍ୟ, ଆଦିବାସୀ ଅଞ୍ଚଳରୁ ଶୀଘ୍ର କ୍ଷୟଶୀଳ ଖାଦ୍ୟ ପଦାର୍ଥ ପରିବହନ କରିବାରେ କୃଷି ଉଡ଼ାଣ ୨.୦ ଅନେକାଂଶରେ ସହାୟକ ହେବ । ବିମାନ ଦ୍ବାରା କୃଷି ଉତ୍ପାଦର ପରିବହନକୁ ସୁଗମ କରିବା ପାଇଁ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ, ଭାରତୀୟ ମାଲବାହୀ ଏବଂ ଯାତ୍ରୀଠାରୁ କାର୍ଗୋ ପାଇଁ ଲ୍ୟାଣ୍ଡିଂ, ପାର୍କିଂ, ଟର୍ମିନାଲ ନାଭିଗେସନ ଲ୍ୟାଣ୍ଡିଂ ଶୁଳ୍କ ଟିଏନ୍ଏଲସି ଏବଂ ରୁଟ ନେଭିଗେସନ ସୁବିଧା ଶୁଳ୍କ ସମ୍ପୂର୍ଣ୍ଣ ଛାଡ କରାଯିବ । ଏହି ଯୋଜନା ଦେଶର ୨୮ଟି ବିମାନ ବନ୍ଦର ବ୍ୟତୀତ ଉତ୍ତର-ପୂର୍ବାଞ୍ଚଳର ପାହାଡିଆ ଏବଂ ଆଦିବାସୀ ଅଞ୍ଚଳ ଉପରେ ଧ୍ୟାନ କେନ୍ଦ୍ରିତ କରୁଥିବା ବେଳେ ପ୍ରାୟ ୨୫ଟି ବିମାନ ବନ୍ଦରକୁ ଅନ୍ତର୍ଭୁକ୍ତ କରାଯାଇଛି । ଯୋଜନାର ମୂଲ୍ୟାଙ୍କନ ପରେ ଆହୁରି ୫ଟି ବିମାନ ବନ୍ଦରକୁ ଅନ୍ତର୍ଭୁକ୍ତ କରି ମୋଟ ୫୮ଟି ବିମାନ ବନ୍ଦରରେ ଯୋଜନାକୁ କାର୍ଯ୍ୟକାରୀ କରାଯିବ । ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଚାଷୀଙ୍କ ଆୟ ଦୁଇ ଗୁଣା କରିବା ଉଦ୍ଦେଶ୍ୟରେ ଏହି ଯୋଜନା ଲାଗୁ କରାଯାଇଛି ।