ଅର୍ଗସ ବ୍ୟୁରୋ : ଅନୁଭବଙ୍କ ଡିଭୋର୍ସ ପାର୍ଟି ପ୍ଲାନିଂକୁ ଝଟକା । ୩ ବର୍ଷର ଆଇନଗତ ଲଢେଇ, ବିଜେଡି ସାଂସଦଙ୍କ ସୋସିଆଲ ମିଡିଆରେ ବାରମ୍ବାର ପୋଷ୍ଟ, ବିଭିନ୍ନ ସଭାରେ ବର୍ଷାଙ୍କ ଉଦ୍ଦେଶ୍ୟରେ ଆକ୍ଷେପ ଆଉ ଶେଷରେ ବିଜେଡି ସାଂସଦଙ୍କୁ ଲାଗିଛି କୋର୍ଟଙ୍କ ବଡ଼ ଝଟକା । କଟକ ପରିବାର ଅଦାଲତ ଅନୁଭବଙ୍କ ଡିଭୋର୍ସ ପିଟିସନକୁ ଖାରଜ କରିଛନ୍ତି । ଏଥିସହିତ ବର୍ଷାଙ୍କ ସେକସନ୍ ୯ ପିଟିସନ୍ ବି ଖାରଜ ହୋଇଛି ।
ଅଧିକ ପଢନ୍ତୁ : କଟକ ପରିବାର ଅଦାଲତରେ ଶେଷ ହେଲା ମାମଲା
୨୦୨୦ରେ କୋଭିଡ୍ ସମୟରେ ଚର୍ଚ୍ଚାକୁ ଆସିଥିଲେ ସେଲିବ୍ରିଟି କପଲ୍ । ଦିଲ୍ଲୀର କୋର୍ଟରେ ବିଜେଡି ସାଂସଦ ଅନୁଭବ ମହାନ୍ତି ଦାଖଲ କରିଥିଲେ ଡିଭୋର୍ସ ପିଟିସନ୍ । ମାମଲାକୁ ଦିଲ୍ଲୀକୁ କଟକ ଟ୍ରାନସଫର ପାଇଁ ଆବେଦନ କରିଥିଲେ ବର୍ଷା । ସୁପ୍ରିମକୋର୍ଟଙ୍କ ରାୟ ଯାଇଥିଲା ବର୍ଷାଙ୍କ ସପକ୍ଷରେ । ଅନୁଭବ ବିଭିନ୍ନ ସମୟରେ ବର୍ଷାଙ୍କୁ ନିର୍ଯାତନା ଦେଉଥିବା ହୋଇଥିଲା ଅଭିଯୋଗ ।
ଅନୁଭବ ଓ ତାଙ୍କ ଦୁଇ ସହଯୋଗୀଙ୍କ ନାଁରେ ୪୯୮ଏ, ୫୦୬, ୩୪୧ ରେ ମାମଲା ବି ରୁଜ୍ଜୁ ହୋଇଥିଲା । ହେଲେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଏହାଭିତରେ ବିଭିନ୍ନ ସମୟରେ ଅନୁଭବ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ଟ୍ରୋଲ୍ ହୋଇଥିଲେ । ତେବେ ଅନୁଭବ ଜାଣିଥିଲେ କି କୋର୍ଟରେ ହାରିବେ, ତାଙ୍କ ଅଭିଯୋଗର ନାହିଁ ସତ୍ୟତା, ସେଥିପାଇଁ ବିଜେଡି ସାଂସଦ କରୁଥିଲେ କି ମିଛ ନାଟକ, କାରଣ ବର୍ଷା କେବେ ବି ଅନୁଭବଙ୍କୁ ନେଇ ମିଡିଆରେ କି ସୋସିଆଲ ମିଡିଆରେ କିଛି କହିନଥିଲେ ।